ଦୁଇଟି ମୁଣ୍ଡ ଥିବା ଅଦ୍ଭୁତ ଶିଶୁ ପୁତ୍ର ଜନ୍ମ, ଦେଖିବା ପାଇଁ ଲୋକଙ୍କ ଭିଡ଼

ଘଟଗାଁ(କେନ୍ଯୁଜ୍): ଦୁଇଟି ମସ୍ତକ ଥିବା ଅଦ୍ଭୁତ ପୁତ୍ର ସନ୍ତାନ ଜନ୍ମ, ଦେଖିବା ପାଇଁ ଲୋକଙ୍କ ଭିଡ଼ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶନିବାର ସକାଳ ସମୟରେ ଏହି ଅଦ୍ଭୁତ ପୁତ୍ର ସନ୍ତାନ ଜନ୍ମ ନେଇଥିବା ଦେଖିବାକୁ ମିଳିଛି ।

ମିଳିଥିବା ଖବର ଅନୁଯାୟୀ ଠାକୁରପଡା ଗ୍ରାମ ପଞ୍ଚାୟତ ରାଇଡିହା ଗ୍ରାମର ମୂରଲୀଧର ନାଏକଙ୍କ ପତ୍ନୀ ବାସନ୍ତୀ ନାଏକଙ୍କ ପ୍ରସବ ବେଦନା ହେବା ପରେ ଶୁକ୍ରବାର ରାତି ୧ଟା ସମୟରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଶନିବାର ସକାଳ ୬ଟା ସମୟରେ ପ୍ରଥମ ସନ୍ତାନ ଭାବେ ଏହି ଅଦ୍ଭୁତ ଦୁଇଟି ମସ୍ତକ ଥିବା ପୁତ୍ର ସନ୍ତାନ ଜନ୍ମ ନେଇଥିଲା ।

ସେଥିମଧ୍ୟରୁ ଗୋଟିଏ ମସ୍ତକ ଜୀବିତ ଥିବା ବେଳେ ପ୍ରାୟ ୧ଘଣ୍ଟା ପରେ ଉକ୍ତ ସନ୍ତାନର ମୃତ୍ୟୁ ଘଟିଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଅଦ୍ଭୁତ ପୁତ୍ର ସନ୍ତାନକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିବା ବେଳେ ମୃତ୍ୟୁକୁ ନେଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.