ଭାସି ଆସିଲା ଖାଦ୍ୟର ପସରା, ସାତଭାୟ ସମୁଦ୍ର କୂଳରେ ଲାଗିଛି ଦୁଇଟି ବିରାଟ କଣ୍ଟେନର

ରାଜନଗର : ଭାସି ଆସିଲା ଖାଦ୍ୟର ପସରା । କେବଳ ଖାଦ୍ୟ ସାମଗ୍ରୀ ନୁହେଁ ଶାଢ଼ୀ,ପ୍ୟାଣ୍ଟ୍,ସାର୍ଟ,ଚପଲ,କପ୍, ପ୍ଲେଟ୍ ଆଦି ବିଭିନ୍ନ ସାମଗ୍ରୀ ମଧ୍ୟ ଲାଗିଲା କୂଳରେ । ରାଜନଗର ସାତଭାୟ ସମୁଦ୍ର କୂଳରେ ଲାଗିଛି ଦୁଇଟି ବିରାଟ କଣ୍ଟେନର। ସମୁଦ୍ରରେ ଭାସି ଭାସି ଆସି କୂଳରେ ଲାଗିଥିଲା ଏହି କଣ୍ଟେନର । ଏହା ଭିତରେ ଥିବା ସୋରିଷ ତେଲ, ବିସ୍କୁଟ ଓ ଅନ୍ୟାନ୍ୟ ପ୍ୟାକେଜ୍ ଡ ଫୁଡକୁ ବୋହିନେଲେ ସ୍ଥାନୀୟ ଲୋକେ। କଣ୍ଟେନରକୁ ନେଇ ସ୍ଥାନୀୟ ଅଂଚଳରେ ଆଲୋଡନ ହୋଇଛନ୍ତି ।

କଣ୍ଟେନରରେ ଆଇଟିଟି ଲାଇନ୍ସ ପ୍ରାଇଭେଟ ଲିମିଟେଡ୍ ଲେଖା ରହିଛି । ଏହା ଏକ ଭାରତୀୟ କମ୍ପାନୀ । ସମୁଦ୍ର ପଥରେ ପରିବହନ କାରବାରରେ ସମ୍ପୃକ୍ତ ରହିଛି ଆଇଟିଟି ଲାଇନ୍ସ ପ୍ରଇଭେଟ ଲିମିଟେଡ୍ । ଏହି କଣ୍ଟେନର ଟି ସେହି କମ୍ପାନୀର କି । ଜାହଜରୁ ଖସି ଏହି ଜାହାଜ ସମୁଦ୍ର ଭିତରେ ପଡି ଯାଇଥିଲା କି । କେଉଁ ଅଂଚଳରୁ ଭାସି ଆସି ଏହା କୂଳରେ ଲାଗିଛି । ତାହା ସ୍ପଷ୍ଟ ହୋଇ ନାହିଁ । ଏନେଇ ଅଧିକ ସୂଚନା ଦେଉଛନ୍ତି ରାଜନଗର ରିପୋର୍ଟର ଦୋଳଗୋବିନ୍ଦ ଜେନା  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.