ଆକାଶ ମାର୍ଗରେ ଧକ୍କା ହୋଇଥାନ୍ତା ଦୁଇ ଇଣ୍ଡିଗୋ ବିମାନ, ଅଳ୍ପକେ ବର୍ତ୍ତିଗଲେ ୪୦୦ ଯାତ୍ରୀ

ଭୁବନେଶ୍ୱର(କେନ୍ଯୁଜ୍): ମଝି ଆକାଶରେ ବର୍ତ୍ତିଲା ଭୁବନେଶ୍ୱର ବିମାନ । ଆକାଶ ମାର୍ଗରେ ଧକ୍କା ହୋଇଥାନ୍ତା ଦୁଇ ଇଣ୍ଡିଗୋ ବିମାନ । ଅଳ୍ପକେ ବର୍ତ୍ତିଗଲେ ୪୦୦ ଯାତ୍ରୀ । ଉଭୟ ଇଣ୍ଡିଗୋ ବିମାନ 6E 445 ଓ 6E 246 ବେଙ୍ଗାଲୁରୁ ଏୟାରପୋର୍ଟରୁ ଉଡ଼ାଣ ଭରିଥିଲେ । ଆକାଶରେ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଗଲେ । ସେଦିନ ଥିଲା ଗତ ୭ ତାରିଖ ସକାଳ । ବେଙ୍ଗାଲୁରୁ ଏୟାରପୋର୍ଟର ଉତ୍ତର ଓ ଦକ୍ଷିଣ ରନେଓ୍ଵରୁ ସାଧାରଣତଃ ଲ୍ୟାଣ୍ଡିଂ ଓ ଟେକ୍‌ ଅପ୍‌ ହୋଇଥାଏ ।

ସେଦିନ ସାଉଥ ରନେଓ୍ଵକୁ ବନ୍ଦ କରିବା ନିଷ୍ପତ୍ତି ହୋଇଥିଲା। କିନ୍ତୁ ସାଉଥ ଟାଓ୍ଵାର କଣ୍ଟ୍ରୋଲରଙ୍କୁ ସୂଚନା ଦିଆଯାଇ ନଥିଲା । କୋଲକାତା ଯିବାକୁ ଥିବା ବିମାନକୁ ଉଡ଼ାଣ ଭରିବାକୁ ଅନୁମତି ଦେଇଥିଲେ ସାଉଥ ଟାଓ୍ଵାର କଣ୍ଟ୍ରୋଲର । ଠିକ ସେତିକି ବେଳେ ଭୁବନେଶ୍ୱର ଆସିବାକୁ ଥିବା ବିମାନକୁ ଟେକ୍‌ ଅପ୍‌ ପାଇଁ ଅନୁମତି ଦେଇଥିଲେ ନର୍ଥ ଟାଓ୍ଵାର କଣ୍ଟ୍ରୋଲର । ଉପରକୁ ଉଠିବା ବେଳେ ନିକଟତର ହେଉଥିଲେ ଦୁଇ ବିମାନ ।

ଠିକ୍‌ ସେତିକି ବେଳେ ରାଡାର କଣ୍ଟ୍ରୋଲରଙ୍କ ନଜର ପଡ଼ିଥିଲା । ଫଳରେ ଦୁର୍ଘଟଣା ଟଳି ଯାଇଥିଲା। ଉଭୟ ବିମାନରେ ୪୦୦ରୁ ଅଧିକ ଯାତ୍ରୀ ଥିଲେ । DGCA ରିପୋର୍ଟରୁ ଏହା ଜଣାପଡ଼ିଛି।

Leave A Reply

Your email address will not be published.