ବଜ୍ରପାତରେ ଜଳିଗଲା ଘର, ୨ ଆହତ

ଗତକାଲି ବିଳମ୍ବିତ ରାତିରେ ଜିଲ୍ଲାନାସୀ ପଂଚାୟତର ବରିହାଡିହା ଗ୍ରାମରେ ଅଘଟଣ। ଘଡଘଡି ପଡ଼ି ଦୁଇଜଣ ଗୁରୁତର। ଜଳିଗଲା ଦୁଇବଖରା ଘର। ହତମାନଙ୍କୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରାଯାଇଛି।

ପାରାଦୀପ (କେନ୍ୟୁଜ): ଗତକାଲି ବିଳମ୍ବିତ ରାତିରେ ଜିଲ୍ଲାନାସୀ ପଂଚାୟତର ବରିହାଡିହା ଗ୍ରାମରେ ଅଘଟଣ। ଘଡଘଡି ପଡ଼ି ଦୁଇଜଣ ଗୁରୁତର। ଜଳିଗଲା ଦୁଇବଖରା ଘର। ହତମାନଙ୍କୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁସାରେ ଗତକାଲି ବିଳମ୍ବିତ ରାତିରେ କାଳବୈଶାଖୀ ବର୍ଷା, ପବନ ସହ ବଜ୍ରପାତ ହୋଇଥିଲା। ଏହି ସମୟରେ ହଠାତ୍‌ ବଜ୍ରପାତ ପଡିବାରୁ ଦୁଇବଖରା ଘର ପୋଡିଯିବା ସହ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡିଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

 

Leave A Reply

Your email address will not be published.