କୁଟୁର ଅଞ୍ଚଳରେ ପୁଣି IED ବିସ୍ଫୋରଣ, ଦୁଇ ଯବାନ ଗୁରୁତର

ମାଲକାନଗିରି : ପୁଣି IED ବିସ୍ଫୋରଣ । ଦୁଇ DRG ଯବାନ ଗୁରୁତର । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର କୁଟୁର ଅଞ୍ଚଳରେ IED ବିସ୍ଫୋରଣ । ଜାଙ୍ଗଲା ନିକଟରେ ମାଓ ଦମନ ଅପରେସନରେ ଯିବାବେଳେ IED ବିସ୍ଫୋରଣ କରିଥିଲେ ନକ୍ସଲ ।

ଯବାନଙ୍କୁ ଟାର୍ଗେଟ କରି ଜଙ୍ଗଲରେ ଖଞ୍ଜା ଯାଇଥିଲା IED । ବିସ୍ଫୋରଣରେ ଦୁଇ DRG ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ଯବାନ ହେଲେ ରାମସୁ ମଞ୍ଜି ଏବଂ ଗଜେନ୍ଦ୍ର । ଗୁରୁତର ଯବାନଙ୍କୁ ବିଜାପୁର ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ହେଲିକପ୍ଟର ଯୋଗେ ରାୟପୁର ମେଡିକାଲକୁ ଏୟାରଲିଫ୍ଟ କରାଯାଇଛି । ଗତ ୬ ତାରିଖରେ IED ବିସ୍ଫୋରଣରେ ୮ ଯବାନ ସହିଦ ହୋଇଥିଲା ବେଳେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା ।

You might also like