ଚନ୍ଦକା ଅଭୟାରଣ୍ୟକୁ ଫେରୁଥିବାବେଳେ ମହାନଦୀରେ ଫସିଛନ୍ତି ୨ ହାତୀ, ଗତିବଧି ଉପରେ ବନବିଭାଗର ନଜର
ଆଠଗଡ଼(କେନ୍ୟୁଜ୍): ମହାନଦୀରେ ଫସିଛନ୍ତି ୨ ହାତୀ। ଭଗିପୁର ନିକଟ ମହାନଦୀର ମଝିରେ ଫସି ରହିଛନ୍ତି ୨ଟି ହାତୀ। ହାତୀପଲ ଆଠଗଡ଼ ସୁକାଶନ ଜଙ୍ଗଲରୁ ଚନ୍ଦକା ଅଭୟାରଣ୍ୟକୁ ଫେରୁଥିବାବେଳେ ମହାନଦୀରେ ଫସିଯାଇଛନ୍ତି।
ଆଜି ସକାଳେ ସ୍ଥାନୀୟ ଲୋକମାନେ ହାତୀ ଦୁଇଟିକୁ ଦେଖି ଭଗିପୁର ବନବିଭାଗ ଓ ଡମପଡ଼ା ବନବିଭାଗକୁ ଖବର ଦେଇଥିଲେ। ହାତୀଙ୍କ ଗତିବଧି ଉପରେ ବନବିଭାଗ ନଜର ରଖିଛି ।