kanwariya: ଶ୍ରାବଣ ସୋମବାରରେ ଅଘଟଣ, ନାଳରେ ଭାସିଗଲେ ଦୁଇ କାଉଡ଼ିଆ, ଜଣେ ନିଖୋଜ

ଅନୁଗୋଳ: ଶ୍ରାବଣ ସୋମବାରରେ ଅଘଟଣ । ନାଳରେ ଭାସିଗଲେ ଦୁଇ କାଉଡ଼ିଆ । ଜଣେ ନିଖୋଜ, ଜଣେ ଉଦ୍ଧାର ହୋଇଛନ୍ତି । ଅନୁଗୋଳ ଲିଙ୍ଗରା ନାଳର ବ୍ରିଜ ପାଖରୁ ପାଣି ଉଠାଉଥିବା ବେଳେ ଅଘଟଣ ହୋଇଛି । ସୂଚନା ଅନୁସାରେ, ଟିପିରିସିଂହା ମନ୍ଦିରରେ ଜଳାଭିଷେକ କରିବା ପାଇଁ ଦୁଇ କାଉଡ଼ିଆ ଲିଙ୍ଗରା ନାଳରୁ ପାଣି ଉଠାଉଥିଲେ। ଏହି ସମୟରେ ହଠାତ୍‌ ପାଣିର ପ୍ରଖର ସ୍ରୋତରେ ଦୁହେଁ ଭାସିଯାଇଥିଲେ । ଘଟଣାସ୍ଥଳରେ ଥିବା ଲୋକେ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣଙ୍କର କୌଣସି ପତ୍ତା ମିଳିନାହିଁ । ଖବର ପାଇ ଅନୁଗୋଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି ।

ନିଖୋଜ କାଉଡ଼ିଆଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଜୋରଦାର ଉଦ୍ଧାର ଓ ସର୍ଚ୍ଚ ଅପରେସନ୍‌ ଜାରି ରହିଛି । ତେବେ ତାଙ୍କ ପରିଚୟ ସମ୍ପର୍କରେ ଅଧିକ ତଥ୍ୟ ଏଯାଏ ସ୍ପଷ୍ଟ ହୋଇନାହିଁ । ବର୍ଷା ଯୋଗୁଁ ନାଳରେ ପାଣି ବଢ଼ିବା ସହ ସ୍ରୋତ ମଧ୍ୟ ତୀବ୍ର ରହିଛି । ଏଭଳି ସମୟରେ ନଦୀ, ନାଳ ଓ ଜଳାଶୟକୁ ଯିବାବେଳେ ସତର୍କତା ଅବଲମ୍ବନ ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ଲୋକଙ୍କୁ ସଚେତନ କରାଯାଉଛି ।

 

ଆହୁରି ପଢ଼ନ୍ତୁ : Monsoon: ରାଜ୍ୟରେ ସକ୍ରିୟ ରହିଛି ଦକ୍ଷିଣ-ପଶ୍ଚିମ ମୌସୁମୀ, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି