ଘରକୁ ଫେରୁଥିବାବେଳେ ଘଟିଲା ଦୁର୍ଘଟଣା, ସାଙ୍ଗ ହୋଇ ଚାଲିଗଲା ୨ ବନ୍ଧୁଙ୍କ ଜୀବନ

ଗୋପ(କେନ୍ଯୁଜ୍) : କୋଣାର୍କ-କାକଟପୁର ରାସ୍ତାର ବଢେଇ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଚାଲିଗଲା ୨ ବନ୍ଧୁଙ୍କ ଜୀବନ । ଗତକାଲି ରାତିରେ ଘଟିଥିଲା ଏକ ମର୍ମନ୍ତୁଦ ଦୁର୍ଘଟଣା। ଘରକୁ ଫେରିବା ବାଟକୁ ଏପରି ଏକ ଦୁର୍ଘଟଣା ଘଟିଥିଲା। ମୃତକ ଦୁଇ ଜଣ ହେଉଛନ୍ତି କାକଟପୁର ଥାନା ଅନ୍ତର୍ଗତ ଅଶୃଙ୍ଖଳା ଗ୍ରାମର ବଳରାମ ଖଟୋଇ ଓ ବେଲପାହାଡ଼ ଗୁମେଡେରା ଅଞ୍ଚଳର ଦିବ୍ୟରଞ୍ଜନ ପଟ୍ଟନାୟକ ।

ସୂଚନା ମୂତାବକ, ଗତକାଲି ବିଳମ୍ବିତ ରାତିରେ ଉଭୟ କୋଣାର୍କରୁ କାକଟପୁରସ୍ଥିତ ନିଜ ଘରକୁ ଫେରୁଥିଲେ। ଗାଡ଼ିଟି ଦୃତ ଗତିରେ ଥିବା ବେଳେ ବଢେଇଛକ ବୁଲାଣିରେ ଭାରସାମ୍ୟ ହରାଇ ବାଇକ୍‌ଟି ତ୍ରୀନାଥ ମଣ୍ଡପରେ ଧକ୍କା ହୋଇଥିଲା । ଯାହାଫଳରେ ଦୁଇ ଯୁବକ ରାସ୍ତାରେ ଛିଟିକି ପଡିଥିଲେ। ତେବେ ଗୁରୁତର ଅବସ୍ଥାରେ ପଡିଥିବା ଦେଖୀ ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରି ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏହି ଖବର ଏବେ ସମଗ୍ର ଅଞ୍ଚଳରେ ଶୋକ ଛାୟା ଖେଳାଇ ଦେଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.