ଜଗା ଦର୍ଶନ ହେଲା ଶେଷ ଦର୍ଶନ: କଟକ-ଚାନ୍ଦବାଲି ରାସ୍ତା ଦୁହୁରିଆ ଛକରେ ପୁରୀରୁ ମହାପ୍ରଭୁଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା, ୨ ମୃତ-୩ ଗୁରୁତର

କେନ୍ଦ୍ରାପଡ଼ା : ନୂଆବର୍ଷ ଆଣିଲା ଦୁଃଖ। ଜଗା ଦର୍ଶନ ହେଲା ଶେଷ ଦର୍ଶନ। ମର୍ମନ୍ତୁଦ ଦୁର୍ଘଟଣାରେ ୨ ମୃତ, ୩ ଗୁରୁତର। କଟକ-ଚାନ୍ଦବାଲି ରାସ୍ତା ଦୁହୁରିଆ ଛକରେ ଏହି ଦୁର୍ଘଟଣା ଘଟିଛି। ଗତକାଲି ନୂଆବର୍ଷରେ ୨ଟି ପରିବାର ଏକ କାରରେ ପୁରୀରୁ ମହାପ୍ରଭୂଙ୍କ ଦର୍ଶନ ସାରି ଫେରୁଥିଲେ। ଏହି ସମୟରେ ଦୁହୁରିଆ ଛକରେ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକକୁ କାର୍‌ ପିଟି ଦେଇଥିଲା। ଫଳରେ ଘଟଣାସ୍ଥଳରେ ପ୍ରଣତି ପଣ୍ଡା ଓ ବିଜୟ ସାହୁଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୩ଜଣଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.