ବାଇକକୁ ଧକ୍କା ଦେଲା ଟ୍ରକ, ଦୁଇ ମୃତ

ଭଦ୍ରକ : ବାଇକକୁ ଧକ୍କା ଦେଲା ଟ୍ରକ । ଦୁଇ ଜଣ ମୃତ୍ ଜଣେ ଆହତ । ଏହିଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ରାଆନ୍ଦୀଆ ଠାରେ । ସୂଚନା ଅନୁଯାୟୀ, ଭଦ୍ରକରୁ ଗୋଟାଏ ବାଇକରେ 3 ଜଣ ସାଙ୍ଗ ଘରକୁ ଫେରୁଥିବା ବେଳେ ରାଆନ୍ଦୀଆ ଠାରେ ଏକ ଦୂତଗାମୀ ଟ୍ରକ ଧକ୍କା ସେମାନଙ୍କୁ ସମୁଖରୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ଦୁଇ ଜଣ ହେଲେ ସେଣ୍ଟତିରା ଗ୍ରାମର ବଟ ସେଠୀ ଓ ଜଡ଼ା ଜେନା । ଅନ୍ୟ ଜଣେ ଆହତ ହୋଇଥିବା ବ୍ୟକ୍ତି ହେଉଛନ୍ତି ଗଣିଜାଙ୍ଗ ଗଣ୍ଡଗରା ଗ୍ରାମର ରାଜେଶ ବାରିକ ବୋଲି ଜଣା ପଡିଛି । ଦୁର୍ଘଟଣା ସ୍ଥଳରେ ସ୍ଥାନୀୟ ଲୋକମାନେ ଟ୍ରକ ଡ୍ରାଇଭରକୁ ଅଟକ ରଖି ପୋଲିସ ଖବର ଦେଇଛନ୍ତି । ତେବେ ଟ୍ରକ ଡ୍ରାଇଭର ମଦ ପିଇ ଗାଡ଼ି ଚଳାଉଥିବା ନେଇ ଅଭିଯୋଗ ହୋଇଛି ।