ଚଇତି ପର୍ବ ଚାଲିଥିବା ବେଳେ ସାମାନ୍ୟ ଯୁକ୍ତିତର୍କରୁ ଘଟିଲା ହତ୍ୟାକାଣ୍ଡ: ୨ ଯୁବକଙ୍କ ମୃତ୍ୟୁ, ଜଣେ ଗୁରୁତର

କୋରାପୁଟ(କେନ୍ୟୁଜ୍) : କୋରାପୁଟ ଜିଲ୍ଲା ଦାମନଯୋଡ଼ି ଥାନା ଅଂଚଳରେ ଘଟିଛି ଏକ ଅଭାବନୀୟ ଘଟଣା ।  ଚଇତି ପର୍ବ ଚାଲିଥିବା ବେଳେ ୨ ସାହି ମଧ୍ୟରେ ସାମାନ୍ୟ ବଚସାରୁ ଘଟିଯାଇଛି ହତ୍ୟାକାଣ୍ଡ । ସଂଘବଦ୍ଧ ଆକ୍ରମଣରେ ଦାମନଯୋଡ଼ି ଥାନା ସିନ୍ଧିପାର ଗାଁର ୨ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିବାର ସୂଚନା ମିଳିଛି। ଗୁରୁତରଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି।

ସିନ୍ଧିପାର ଗାଁରେ ଲୋକେ ଉତ୍ସବ ପାଳୁଥିବା ବେଳେ ଝଡିଗୁଡା ଗ୍ରାମର ଯୁବକଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା। ସିନ୍ଧିପାର ଗାଁ ଲୋକଙ୍କ ଆକ୍ରମଣରେ ଝଡିଗୁଡା ଗ୍ରାମର ଦେବେନ୍ଦ୍ର ଜାନୀ ଓ ପୂର୍ଣ୍ଣ ନାୟକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏପଟେ ଜଣେ ଗୁରୁତର ହୋଇଥିଲେ। ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ଦାମନଯୋଡ଼ି ଥାନା ପୋଲିସ  ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.