ରଗବୀ ପ୍ରିମିୟର ଲିିଗ ଅଫ ଇଣ୍ଡିଆରେ ଖେଳିବେ କିସର ଦୁଇ ଛାତ୍ର, ଶୁଭେଛା ଜଣାଇଲେ ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର : ରଗବୀ ପ୍ରିମିୟର ଲିଗ ଖେଳିବେ ଦୁଇ କିସ ଛାତ୍ର। ରଗବୀ ପ୍ରିମିୟର ଲିିଗ ଅଫ ଇଣ୍ଡିଆ ଅକ୍ସନରେ ଚୟନ ହୋଇଛନ୍ତି ଦୁଇ ଛାତ୍ର ଆଶିଷ ଶବର ଓ ଗଶେଶ ଧାଙ୍ଗଡ଼ା ମାଝୀ। କଳାହାଣ୍ଡିର ଆଶିଷ ଶବର ଯୁକ୍ତ ୩ ଦ୍ବିତୀୟ ବର୍ଷ କଳାର ଛାତ୍ର ହୋଇଥିବା ବେଳେ ମାଲକାନଗିରିର ଗଣେଶ ମାଝୀ ଯୁକ୍ତ ୩ ତୃତୀୟ ବର୍ଷ କଳାର ଛାତ୍ର । ଆଶିଷ ଶବରଙ୍କୁ କଳିଙ୍ଗ ବ୍ଲାକ ଟାଇଗର୍ସ ଦେଢ ଲକ୍ଷ ଟଙ୍କାରେ ଅକ୍ସନ କରିଥିବା ବେଳେ ମୁମ୍ବାଇ ଡ୍ରିମର୍ସ ୫୦ହଜାର ଟଙ୍କାରେ ଗଶେଶଙ୍କୁ ଅକ୍ସନ କରିଛି । ରଗବୀ ପ୍ରିମିୟର ଲିଗରେ ୬ଟି ଦଳ ଭାଗ ନେବେ । ରଗବୀ ପ୍ରିୟିମୟ ଲିଗ ପାଇଁ ଅକ୍ସନ ହୋଇଥିବାରୁ ଦୁଇ କିସ ଛାତ୍ରଙ୍କୁ ଶୁଭେଛା ଜଣାଇଛନ୍ତି କିସ୍ ଓ କିଟ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ । ସେମାନଙ୍କ ନିଷ୍ଠା, ଶୃଙ୍ଖଳା ଓ ଖେଳୁଆଡ଼ ମନୋବୃତ୍ତିର ପ୍ରଶଂସା କରିଛନ୍ତି ଡ. ସାମନ୍ତ ।