ଆଖି ବୁଜିଲେ ୨ ସିଂହୀ ଶାବକ, ସିଂହୀ ବିଜଲି ଦେଇଥିଲା ୫ ଛୁଆ

ଭୁବନେଶ୍ୱର : ଆଖି ବୁଜିଲେ ୨ ସିଂହୀ ଶାବକ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ ବିଜଲି ଦେଇଥିଲା ୫ ଛୁଆ । ନନ୍ଦନକାନନ ପ୍ରାଣୀଉଦ୍ୟାନ ପାଇଁ ଖୁସି ଖବର ଆଣିଥିଲା ବିଜିଲି । ଚତୁର୍ଥ ଥର ପାଇଁ ମା’ ହୋଇ ଛୁଆ ଦେଇଥିଲା ସିଂହୀ ‘ବିଜଲୀ’। ଏକା ସାଙ୍ଗରେ ୫ଟି ଶାବକ ଜନ୍ମ ଦେଇଥିଲା ସିଂହୀ ‘ବିଜଲୀ’ । ସିଂହ ‘ସମ୍ରାଟ’ ସହ ମିଳନ ପରେ ଗର୍ଭବତୀ ହୋଇଥିଲା ‘ବିଜଲୀ’।
ଉଭୟ ମା’ ଓ ଛୁଆଙ୍କ ଉପରେ ନଜର ରଖିଥିଲେ ନନ୍ଦନକାନନ କର୍ତ୍ତୃପକ୍ଷ । ମାଆ ବିଜଲୀ ଓ ଛୁଆମାନଙ୍କ ଯତ୍ନ ନିଆଯାଉଥିଲା । ହେଲେ ଆଜି ଆଖି ବୁଜିଛନ୍ତି ଦୁଇଟି ଛୁଆ । ୨୦୨୧ ମସିହା ଜୁଲାଇ ୨୧ରେ ବିଜଲୀ ପ୍ରଥମଥର ପାଇଁ ମା ହୋଇ ୪ ଟି ଛୁଆ ଜନ୍ମକରିଥିଲା । ୨୦୨୨ ମାର୍ଚ୍ଚ ୧୭ ରେ ଦ୍ୱିତୀୟ ଥର ଓ ନଭେମ୍ବର ୨୨ରେ ତୃତୀୟ ଥର ପାଇଁ ମାଆ ହୋଇଥିଲା ବିଜଲୀ । ଏବେ ଚତୁର୍ଥ ଥର ପାଇଁ ମାଆ ହୋଇଛି ସିଂହୀ। ଏହାପରେ ନନ୍ଦନକାନନରେ ସିଂହଙ୍କ ସଂଖ୍ୟା ୨୬କୁ ବୃଦ୍ଧି ପାଇଥିଲା ।