କେନ୍ୟୁଜ ବ୍ୟୁରୋ : ଚୋର ଗ୍ୟାଙ୍ଗର ଦୁଇଜଣଙ୍କୁ ଗିରଫ କରିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ପୋଲିସ। ଦୀର୍ଘ ଦୁଇ ବର୍ଷ ଧରି ବିଭିନ୍ନ ସ୍ଥାନରୁ ଏଟିଏମ୍ କାର୍ଡଧାରୀଙ୍କଠାରୁ କୌଶଳକ୍ରମେ ଏଟିଏମ୍ କାର୍ଡ ବଦଳାଇ ଲୁଟୁଥିଲେ ଲକ୍ଷାଧିକ ଟଙ୍କା। ଗିରଫ ଦୁଇ ଜଣ ଲୁଟେରା ହେଲେ ଗଜପତି ଜିଲ୍ଲା ମୋହନାର ଚେରୁ ଓରଫ ସିମାଞ୍ଚ ସାହୁ ଓ ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗାଁର ଗୋବର୍ଦ୍ଦନ ପାତ୍ର। ଏମାନେ ବିଭିନ୍ନ ଏଟିଏମ୍ କାଉଣ୍ଟରରେ ଟଙ୍କା ଉଠାଇବା ଲାଗି ଯାଉଥିବା ବୟସ୍କ ବ୍ୟକ୍ତି ଓ ଅଶିକ୍ଷିତ ମାନଙ୍କୁ ଟାର୍ଗେଟ୍ କରୁଥିଲେ। ତାଙ୍କୁ ବିଭିନ୍ନ ଆଳ ଦେଖାଇ କୌଶଳକ୍ରମେ ସାଙ୍ଗେ ସାଙ୍ଗେ କାର୍ଡକୁ ବଦଳାଇ ଦେଉଥିଲେ ଓ ପରେ ଟଙ୍କା ଉଠାଉଥିଲେ ।
ଦୁଇ ଲୁଟେରାଙ୍କଠାରୁ ନଗଦ ଦୁଇ ଲକ୍ଷ ୭୦ ହଜାର ଟଙ୍କା, ୧୦ଟି ଏଟିଏମ କାର୍ଡ, ତିନୋଟି ମୋବାଇଲ ଫୋନ୍ ଓ ଦୁଇଟି ମୋଟର ସାଇକେଲ ଜବତ କରଛି ପୋଲିସ । ଗରିଫ ହୋଇଥିବା ଦୁଇ ଚୋରଙ୍କ ପୂର୍ବରୁ ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନାରେ ୪ଟି ମାମଲା ଓ ଆର୍ଯ୍ୟପଲ୍ଲୀ ମେରାଇନ୍ ଥାନାରେ ଗୋଟିଏ ମାମଲା ରହିଛି। ନୟାଗଡ଼ ଥାନା ପୋଲିସ ପହଞ୍ଚି ଦୁଇ ଜଣଙ୍କୁ ଜେରା କରିଥିବା ବେଳେ, ବର୍ତ୍ତମାନ ସୁଦ୍ଧା ଏମାନେ ୧୯ଜଣଙ୍କୁ ଠକିଥିବା ଜଣାପଡିଛି। ପୋଲିସ ଏନେଇ ଅଧିକା ତଦନ୍ତ ଜାରି ରଖିଥିବା ବେଳ ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରିଛି ।
ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…
ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…
ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…
ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…
ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…