ପୁରୀ(କେନ୍ୟୁଜ୍): ଉଚ୍ଛେଦ ହେବ ପୁରୀ ମହୋଦଧି ମାର୍କେଟ କଂପ୍ଲେକ୍ସ ଓ ମୁନିସିପାଲିଟି ମାର୍କେଟ କଂପ୍ଲେକ୍ସ। ଏଗୁଡ଼ିକ ଅସୁରକ୍ଷିତ ଥିବାରୁ ଭାଙ୍ଗିବାକୁ ନୋଟିସ ଜାରି କରିଛି ପୁରୀ ପୌରପାଳିକା। ମୋଚିସାହି ଛକରେ ଥିବା ମହୋଦଧି ମାର୍କେଟ କଂପ୍ଲେକ୍ସ ଓ ବଡ଼ଦାଣ୍ଡ ମାର୍କେଟ ଥିବା ମୁନିସିପାଲିଟି ମାର୍କେଟ କଂପ୍ଲେସ ପ୍ରାୟ ୫୦ ବର୍ଷ ପୁରୁଣା ଓ ସଂପୂର୍ଣ୍ଣ ଅସୁରକ୍ଷିତ ରହିଛି। ଏଥିରେ ବହୁ ବର୍ଷ ଧରି ଦୋକାନ କରିଥିବା ଦୋକାନୀଙ୍କୁ ଦୋକାନ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମହୋଦଧି ମାର୍କେଟ କଂପ୍ଲେକ୍ସକୁ ଅକ୍ଟୋବର ୪ତାରିଖ ପୂର୍ବରୁ ଦୋକାନ ଖାଲି କରିବାକୁ ନିର୍ଦ୍ଦେଶ ରହିଛି। ସେହିପରି ମୁନିସିପାଲିଟି ମାର୍କେଟ କଂପ୍ଲେକ୍ସକୁ ୧୫ଦିନ ମଧ୍ୟରେ ଖାଲି କରିବାକୁ ନିର୍ଦ୍ଦେଶ ରହିଛି। ୨୦୧୭ରୁ ଏଗୁଡ଼ିକୁ ଅସୁରକ୍ଷିତ ଘୋଷଣା କରାଯାଇଛି। ,ସେପଟେ ଦୋକାନ ଘର ଖାଲି ନେଇ ନୋଟିସ ପାଇବା ପରେ ଆଶଙ୍କାରେ ବ୍ୟବସାୟୀ।
ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…
କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…
ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…
ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା । ଅସହ୍ୟ…
ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…
ଇରାନ୍ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…