ମୋବାଇଲ ଦୋକାନ ସଟର କାଟି ମୋବାଇଲ ଲୁଟ ମାମଲାରେ ୨ ନାବାଳକ ଗିରଫ

ମୋବାଇଲ ଦୋକାନ ସଟର କାଟି ମୋବାଇଲ ଲୁଟ ଘଟଣାରେ ୨ ନାବାଳକ ଗିରଫ। ସିସିଟିଭି ଫୁଟେଜରୁ ନାବାଳକଙ୍କୁ ଚିହ୍ନଟ କରିବା ପରେ ଗିରଫ କରିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ପୋଲିସ।

ଆନନ୍ଦପୁର(କେନ୍ୟୁଜ) : ମୋବାଇଲ ଦୋକାନ ସଟର କାଟି ମୋବାଇଲ ଲୁଟ ଘଟଣାରେ ୨ ନାବାଳକ ଗିରଫ। ସିସିଟିଭି ଫୁଟେଜରୁ ନାବାଳକଙ୍କୁ ଚିହ୍ନଟ କରିବା ପରେ ଗିରଫ କରିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ପୋଲିସ।

ଦୁଇଦିନ ତଳେ ବିଳମ୍ବିତ ରାତିରେ ଆନନ୍ଦପୁର ଷ୍ଟେଟ ବ୍ୟାଙ୍କ ନିକଟରେ ଥିବା ଶ୍ରଦ୍ଧା କମ୍ୟୁନିକେସନ ମୋବାଇଲ ଦୋକାନରୁ ସଟର୍‌ ତାଡି ଅନେକ ମୋବାଇଲ ସମେତ ମୋବାଇଲ ସରଞ୍ଜାମ ଲୁଟି ନେଇଥିଲେ ଦୁର୍ବୃତ୍ତ। ଏନେଇ ଦୋକାନା ମାଲିକଙ୍କ ଲିଖିତ ଅଭିଯୋଗ ପରେ ବିଭିନ୍ନ ଦିଗକୁ କେନ୍ଦ୍ରକରି ସିସିଟିଭି ଯାଞ୍ଚ ସହିତ ତଦନ୍ତ ଆରମ୍ଭ କରିଥିଲା ପୋଲିସ।

ଫୁଟେଜ ଆଧାରରେ ଶାଳପଡା ନିକଟରୁ ଦୁଇ ଜଣ ନାବାଳକଙ୍କୁ ଗିରଫ କରିଛି ଆନନ୍ଦପୁର ପୋଲିସ। ଏହା ସହ ଆନନ୍ଦପୁର ବସଷ୍ଟାଣ୍ଡ ନିକଟ ରାସ୍ତାରେ ଥିବା ଏକ କଲଭର୍ଟ ତଳେ ଲୁଚାଇ ରଖିଥିବା ୨୮ଟି ମୋବାଇଲ ଓ ୨୦ଟି ବ୍ଲୁ ଟୁଥ ଇଅର୍‌ ଫୋନ୍‌ ଏବଂ ଅନ୍ୟସାମଗ୍ରୀ ଜବତ କରାଯାଇଛି।.