କଇଁ ଫୁଲ ତୋଳିବା ହେଲା କାଳ, ନଦୀରେ ବୁଡ଼ି ଦୁଇ ନାବାଳକ ମୃତ

ଯାଜପୁର ଟାଉନ(କେନ୍ୟୁଜ୍‌) : କୁମାର ପୁର୍ଣମୀ ଲାଗି ନଦୀକୁ କଇଁ ଫୁଲ ତୋଲିବା ହେଲା କାଳ। ବୈତରଣୀ ନଦୀରେ ବୁଡି ଦୁଇ ନବାଳକ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ମଙ୍ଗଳପୁର ଥାନା ଗୋପକୁଳ ଗ୍ରାମରେ ।

ସୂଚନାନୁଯାୟୀ, କୁମାର ପୂର୍ଣ୍ଣିମା ପାଇଁ ତିନି ଜଣ ବାଳକ ବୈତରଣୀ ନଦୀ ଜୋର କୁ କଇଁ ଫୁଲ ତୋଳିବାକୁ ଯାଇଥିଲେ । ସେଥିମଧ୍ୟରୁ ଜଣ କର ଗୋଡ ଖସିଯାଇଥିଲା । ପାଖରେ ଥିବା ଦୁଇଜଣ ବାଳକ ବୁଡି ଯାଉଥିବା ପିଲାଟିକୁ ବଂଚାଇବାକୁ ପାଣିରେ ପଶିଯାଇଥିଲେ । ମାତ୍ର ସମସ୍ତ ଚେଷ୍ଟା ସତ୍ତ୍ୱେ ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଯାଇଛି ।

ମୃତକ ଦୁଇ ନାବାଳକ ହେଲେ ତରପଦା ପଞ୍ଚାୟତ ଗୋପକୂଳ ଗ୍ରାମର କୁନି ଜେନାଙ୍କ ପୁଅ ବିଭୁତି ଜେନା(୧୪) ଓ ଉମା ଜେନାଙ୍କ ପୁଅ ଦିବ୍ୟ ରଞ୍ଜନ ଜେନା(୧୭) । ଅନ୍ୟ ଜଣେ ନାବାଳକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଯାଜପୁର ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.