ମୟୂରଭଞ୍ଜ: ପାଣିରେ ବୁଡି ଗଲା ଶୁଭଶ୍ରୀ ଓ ସୁକୁଲଙ୍କ ଜୀବନ

ମୟୂରଭଞ୍ଜ(କେନ୍ୟୁଜ୍): ସଲିଳ ସମାଧି। ମୋରମ ଖାଦାନରେ ପଡି ଗଲା ଦୁଇ ଭଉଣୀଙ୍କ ଜୀବନ। ଏଭଳି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଗାଁରେ। ଆଜି ସକାଳୁ ୨ ଭଉଣୀ ଘର ପଛ ପାଖ ମୋରମ ଖାଦାନ ନିକଟରେ ବୁଲୁଥିବାବେଳେ ପାଣିରେ ବୁଡି ଯାଇଥିଲେ। ଖବର ପାଇ ସ୍ଥାନୀୟଲୋକ ଦୁଇ ଭଉଣୀକୁ ଉଦ୍ଧାର କରି ହସ୍‌ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଦୁଇ ଜଣ ଚାନ୍ଦୁଆ ଗାଁର ଶୁଭଶ୍ରୀ ବେଶ୍ରା ଓ ସୁକୁଲ ମଣି ବେଶ୍ରା। ଜଣଙ୍କ ବୟସ ୩ ଓ ଅନ୍ୟ ଜଣଙ୍କ ବୟସ ୨। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଚାନ୍ଦୁଆ ପୋଲିସ ଘଟଣାସ୍ଥଳରେ ପହ଼ଞ୍ଚି ତଦନ୍ତ କରୁଛି।