ମୋବାଇଲ ଲୁଟ ଉଦ୍ୟମ ବେଳେ ଧରା ପଡି ଛେଚା ଖାଇଲେ ଦୁଇ ଲୁଟେରା

ଜଳେଶ୍ବର : ମୋବାଇଲ ଲୁଟ ଉଦ୍ୟମ ବେଳେ ଲୋକଙ୍କ ହାତରେ ଧରା ପଡି ନିର୍ଧୁମ ଛେଚା ଖାଇଲେ ଦୁଇ ଲୁଟେରା  l  ସୁଚନା ଅନୁଯାୟୀ  ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ 60  ନମ୍ବର ଜାତୀୟ ରାଜପଥର ଗୁଡିଖାଳ ନିକଟରେ ଏକ ଟ୍ରକର ଡ୍ରାଇଭର ଏବଂ ହେଲପର ଗାଡି ଛିଡା କରି ରୋଷେଇ କରୁଥୁବା ସମୟରେ ଦୁଇ ଜଣ ଯୁବକ ଏକ ବାଇକରେ ଆସି ତାଙ୍କ ଟ୍ରକ ରାସ୍ତାରେ ଓଲଟି ପଡିଥବା କହିଥିଲେ  l  ତାଙ୍କ ମାଲିକଙ୍କୁ ଫୋନ କରିବା ବାହାନାରେ ରୋଷେଇ କରୁଥିବା ଡ୍ରାଇଭର ଏବଂ ହେଲପରଙ୍କ ଠାରୁ ମୋବାଇଲ ମାଗିଥିଲେ l ଯୁବକମାନେ ବିପଦରେ ପଡିଥିବା ଭାବି ଡ୍ରାଇଭର ହିସାବରେ ସାହାଯ୍ୟ କରିବା ପାଇଁ ନିଜ ମୋବାଇଲ ଦେଇଥିଲେ l ମାତ୍ର ଯୁବକମାନେ ମୋବାଇଲ ନେଇ ପଳାଉଥିବା ବେଳେ ଡ୍ରାଇଭର ଏବଂ ହେଲପର ଚିତ୍କାର କରିବାରୁ ସେମାନଙ୍କ ଡାକ ଶୁଣି ସ୍ଥାନୀୟ ଲୋକେ ଜଣେ ଲୁଟୁରାକୁ କାବୁ କରି ଉତ୍ତମ ମଧ୍ୟମ ଦେଇଥିଲେ l ପରେ ପୋଲିସକୁ ଖବର ଦେଇଥିଲେ l ଲୁଟେରା ଜଣକୁ ପୋଲିସ ଥାନାକୁ ଆଣି ପଚରାଉଚରା କରୁଛି  l

 

You might also like