ଗଛ ଲଗାଇଲେ, ସେଲଫି ନେଲେ ଦୁଇ ବିଧାୟକ

ଆନନ୍ଦପୁର: ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡ ତରଫରୁ ପାଳିତ ହୋଇଛି ୭୫ ତମ ବନ ମହୋତ୍ସବ ।  ଘଷିପୁରା ବ୍ଲକ୍ ଗୋହିରା ଗ୍ରାମ୍ୟ ଜଙ୍ଗଲ ନିକଟରେ ଆୟୋଜିତ ଏହି ଉତ୍ସବରେ ଉଭୟ ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଓ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଯୋଗଦେଇ ଗଛ ଲଗାଇଛନ୍ତି  । ଏଥିସହ କିଛି ବର୍ଷ ହେବ ପୃଥିବିରେ ଲାଗିରହିଥିବା ଗ୍ଲୋବାଲ୍‌ ଓ୍ଵାର୍ମିଙ୍ଗ ରୁ ରକ୍ଷା ପାଇବାକୁ ହେଲେ ସମସ୍ତେ ଗଛ ଲଗାଇବା ନିତ୍ୟାନ୍ତ ଆବଶ୍ୟକ ପ୍ରକାଶ କରିଛନ୍ତି ।ଉଭୟ ବିଧାୟକ ନିଜେ ଗଛ ଲଗାଇବା ସହ ଜନ ସାଧାରଣଙ୍କୁ ଗଛ ଲଗାଇବାକୁ ଅନୁରୋଧ କରିଛନ୍ତି ।

ଅନ୍ୟପଟେ ଏହି ବନ ମହୋତ୍ସବ ସପ୍ତାହରେ ଏକ ଲକ୍ଷ ୧୨ ହଜାର ବିଭିନ୍ନ ପ୍ରଜାତିର ଚାରା ଗଛ ଲଗାଇବାକୁ ବିଭାଗ ତରଫରୁ ଲକ୍ଷ ରଖାଯାଇଥିବା ବେଳେ ଆଉ ଏକ ଲକ୍ଷ ଚାରା ଲୋକଙ୍କୁ ବିତରଣ କରାଯିବାର ବ୍ୟବସ୍ଥା କରାଯାଇଥିବା ଆନନ୍ଦପୁର ଡିଏଫଓ କହିଛନ୍ତି । ନିକଟରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଗଛ ଲଗାଇବା ପାଇଁ ବାର୍ତ୍ତା ଦେଇଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ ଗଛ ଲଗାଇବାରେ ଦେଶରେ ଓଡିଶା ଏକ ନମ୍ବର ରାଜ୍ୟ । ଗୋଟିଏ ବର୍ଷରେ ଏକ ଲକ୍ଷ୍ୟ ୪୮ ହଜାର ଗଛ ଓଡିଶା ଲଗେଇଛି । ଦ୍ୱିତୀୟ ସ୍ଥାନରେ କେରଳ ମାତ୍ର ୪୮ ହଜାର ଗଛ ଲଗେଇଛି । ‘ଏକ ପେଡ ମା କେ ନାମ’ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସଫଳ କରିବା ପାଇଁ ଆମେ ଚେଷ୍ଟା କରିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।