ବାଲେଶ୍ୱର: ପୋଲିଓ ଟିକା ନେଇ ୨ ମାସ ଶିଶୁର ମୃତ୍ୟୁ ଅଭିଯୋଗ
ବାଲେଶ୍ୱର(କେନ୍ୟୁଜ୍): ପୋଲିଓ ଟିକା ନେଇ ୨ ମାସ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ବାଲେଶ୍ୱର ଖଇରା ଥାନା ରଇଁନ୍ତିରା ଗାଁରେ ଘଟିଛି ଘଟଣା । ଗତକାଲି ଗାଁର ରତ୍ନାକର ଷେଣ୍ଡଙ୍କ ୨ ମାସର ପୁଅକୁ ପୋଲିଓ ସହିତ ଟିକା ଦିଆଯାଇଥିଲା । ଟିକା ନେବାର କିଛି ସମୟ ପରେ ପିଲାଟି ଅସୁସ୍ଥ ହୋପଡିଥିଲା । ଅବସ୍ଥା ଗୁରୁତର ହେବାରୁ ରତ୍ନାକର ପୁଅକୁ ଖଇରା ମେଡିକାଲ ଆଣିଥିଲେ । ସେଠାରେ ଡାକ୍ତର ତାକୁୁ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାର ତଦନ୍ତ କରିବା ସହିତ ଅପମୃତ୍ୟୁ ମାମଲା ରୁଜୁ କରିଛି । ତୁରନ୍ତ ANMଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ନେବା ସହିତ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି ଗ୍ରାମବାସୀ ।