କଟକ ନିର୍ଗୁଣ୍ଡି ଡବଲ୍ ମର୍ଡର ଘଟଣାରେ ଆଉ ଦୁଇ ଗିରଫ, ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି

ଚୌଦ୍ବାର: କଟକ ନିର୍ଗୁଣ୍ଡି ଡବଲ୍ ମର୍ଡର ଘଟଣାରେ ଆଉ ଦୁଇ ଗିରଫ । ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଟାଙ୍ଗୀ ଥାନା ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ସୁକିନ୍ଦା ଥାନା ଅଞ୍ଚଳର ସ୍ବପ୍ନେଶ୍ବର ମହନ୍ତ ଓ କାନପୁର ଅଞ୍ଚଳର ସୂର୍ଯ୍ୟମଣୀ ମୁଦୁଲି । ପୂର୍ବରୁ ୩ ଜଣ ଗିରଫ ହୋଇଥିଲେ । ମୋଟ ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଗତ ୩୦ ତାରିଖରେ ଦୁଇ ଜଣଙ୍କୁ ବୀଭତ୍ସ ହତ୍ୟା କରାଯାଇଥିଲା ।

 

ଆହୁରି ପଢ଼ନ୍ତୁ : ମହିଳା ବିଡିଓଙ୍କୁ ଆକ୍ରମଣ ଘଟଣା: ଆକ୍ରମଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘର ଦାବି