କାଠଯୋଡ଼ି ନଦୀ ଉପରେ ହେବ ଆଉ ଦୁଇଟି ବ୍ରିଜ

କଟକ : କାଠଯୋଡ଼ି ନଦୀ ଉପରେ ନିର୍ମାଣ ହେବ ଆଉ ଦୁଇଟି ବ୍ରିଜ । ତ୍ରିଶୁଳିଆ ଛକରୁ ବାଲିକୁଦା ଛକ ୪ ଲେନ୍ ରାସ୍ତା ହେବ। ଜୁଡ଼ିସିଆଲ ଏକାଡେମୀରୁ ତ୍ରିଶୁଳିଆ ଛକ ଯାଏଁ ଆଉ ଏକ ବ୍ରିଜ ନିର୍ମାଣ ହେବ। ଜୁଡ଼ିସିଆଲ ଏକାଡେମୀ ରାସ୍ତା ଠାରୁ ଯୋବ୍ରା ଯାଏଁ ୬ ଲେନ ରାସ୍ତା ହେବ। ଟ୍ରାଫିକ ସମସ୍ୟା ଏହା ଦ୍ୱାରା ହ୍ରାସ ପାଇବା ବୋଲି କୁହାଯାଇଛି । କଟକ ସହର ଭିତର ରାସ୍ତା ମଧ୍ୟ ପ୍ରଶସ୍ତିକରଣ କରାଯିବ ବୋଲି ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ୍ ହରିଚନ୍ଦନ ସୂଚନା ଦେଉଛନ୍ତି । ଏସସିବିର ସେକେଣ୍ଡ କ୍ୟାମ୍ପସ ୨୦୨୫ ଶେଷ ସୁଦ୍ଧା ନ ସରିଲେ ନିର୍ମାଣ ଦାୟିତ୍ବରେ ଥିବା ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ ପୃଥ୍ବୀରାଜ୍ ହରିଚନ୍ଦନ କହିଛନ୍ତି।