ଭୁବନେଶ୍ୱର ରେଳ ଷ୍ଟେସନ୍‌ରୁ ପୁଣି ୨ ଜଣ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ସ୍ଥିତି ସଂଗୀନ ହେବାରେ ଲାଗିଛି । ରେଳ ଷ୍ଟେସନ୍‌ରୁ ପୁଣି ୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗତକାଲି ରେଳ ଷ୍ଟେସନ୍‌ରୁ ୩ ଜଣ ଚିହ୍ନଟ ହୋଇଥିଲେ । ରେଳ ଷ୍ଟେସନ୍‌ରେ ପଜିଟିଭ୍‌ଙ୍କ ସଂଖ୍ୟା ବଢୁଥିବାରୁ ଷ୍ଟେସନ୍‌କୁ ଅଧିକ ଫୋକସ୍‌ କରିବ ବିଏମ୍‌ସି । ରାତିରେ ଭୁବନେଶ୍ୱର ଷ୍ଟେସନ୍‌ରେ ପହଞ୍ଚୁଥିବା ଟ୍ରେନ୍‌ ଗୁଡ଼ିକ ଉପରେ ଧ୍ୟାନ ଦିଆଯିବ ।

ମହାରାଷ୍ଟ୍ର ଓ ମୁମ୍ବାଇ ଆସୁଥିବା ଟ୍ରେନ୍‌ ଉପରେ ନଜର ରଖାଯିବ ବୋଲି କହିଛନ୍ତି ସାଉଥ ଇଷ୍ଟ ଜୋନ୍‌ ଡେପୁଟି କମିଶନର ଅଂଶୁମାନ ରଥ । ପୂର୍ବରୁ ୨ଟି ସିଫ୍ଟରେ ସକାଳ ୬ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ବିଏମ୍‌ସିର ଟିମ୍‌ ଷ୍ଟେସନ୍‌ରେ କାମ କରୁଥିଲେ । ଏବେ ଆଉ ଗୋଟିଏ ଟିମ୍‌ ରାତିରେ କାମ କରିବା ବୋଲି ଡେପୁଟି କମିଶନର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.