ଆସୁଛି ଆଉ ଦୁଇଟି ଲଘୁଚାପ, ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା; ବାତ୍ୟାର ନାହିଁ ସମ୍ଭାବନା: IMD

(କେନ୍ୟୁଜ ) :ଆଗକୁ ଆସୁଛି ଆଉ ଦୁଇଟି ଲଘୁଚାପ । ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ । ଲଘୁଚାପ ପୁଣି ରାଜ୍ୟରେ ବର୍ଷା କରାଇପାରେ । ବିଶେଷକରି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୮ ଓ ୧୯ ତାରିଖରେ ବର୍ଷାର ପରିମାଣ ବଢ଼ିପାରେ । ୨୮-୩୦ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ତେବେ ରାଜ୍ୟ ପାଇଁ ଆଶ୍ୱସ୍ତି ଖବର ଆଣିଛି IMD ।

ଦୁଇଟି ଲଘୁଚାପ ଆସୁଛି ହେଲେ ବାତ୍ୟା ସମ୍ଭାବନା ନାହିଁ ବୋଲି କହିଛି IMD । ବିଭିନ୍ନ ସ୍ଥାନରେ ଓ କିଛି ସୋସିଆଲ ମିଡିଆରେ ବାତ୍ୟା ନେଇ ଚର୍ଚ୍ଚା ହେଉଥିଲା । ହେଲେ ଓଡ଼ିଶା ପ୍ରତି କୌଣସି ବାତ୍ୟା ଭୟ ନାହିଁ ବୋଲି ସ୍ପଷ୍ଟ କରିଛି ପାଣିପାଗ ବିଭାଗ । ଆଇଏମଡି ପକ୍ଷରୁ ପ୍ରକାଶ ପାଇଥିବା ବିସ୍ତାରିତ ପରିସର ଆକଳନରେ କୁହାଯାଇଛି ଯେ ବାତ୍ୟା ସମ୍ଭାବନା ନାହିଁ ।

Leave A Reply

Your email address will not be published.