ରାଜ୍ୟ

ଦିନ ମଜୁରିଆ ଭାବେ କାମ କରୁଥିବା ଦୁଇ ଜାତୀୟସ୍ତରର ଖେଳାଳି ପାଇଲେ କିସରେ ନିଯୁକ୍ତି

କେନ୍ୟୁଜ(ବ୍ୟୁରୋ): ଏଣିକି ଆଉ ଦିନ ମଜୁରିଆ ଭାବେ କାମ କରିବାକୁ ପଡ଼ିବ ନାହିଁ ଜାତୀୟସ୍ତରର ଦୁଇ ମହିଳା କ୍ରୀଡ଼ାବିତ୍‌ଙ୍କୁ। କିସ୍‌ରେ ନିଯୁକ୍ତି ପାଇଲେ ଦୁଇ ଦିନ ମଜୁରିଆ ଖେଳାଳି। ଜାତୀୟ ପଦକ ବିଜେତା ନୟାଗଡ଼ ଜିଲ୍ଲାର ମହିଳା ରଗ୍‌ବୀ ଖେଳାଳି ସୁଜାତା ପ୍ରଧାନ ଓ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକ୍‌ ଦୁଧଯୋରୀ ପଞ୍ଚାୟତର ମହିଳା ଫୁଟବଲ୍‌ ଖେଳାଳି ଲକ୍ଷ୍ମୀ ମୁଣ୍ଡାଙ୍କୁ କିସ୍‌ରେ ନିଯୁକ୍ତି ପ୍ରଦାନ କରାଯାଇଛି। କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଚର ଅଚ୍ୟୁତ ସାମନ୍ତ ଆଜି ସେମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ।

ଏହି ଖେଳାଳିମାନେ ବିଭିନ୍ନ ସମ୍ମାନଜନକ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ୱ କରି ଏବେ ଦୁସ୍ଥ ଜୀବନ ଅତିବାହିତ କରୁଥିବା ବେଳେ ଦିନ ମଜୁରିଆ ଭାବେ ଜୀବିକା ର୍ନିବାହ କରୁଥିଲେ। ସେମାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଦୃଷ୍ଟି ଗୋଚର ହୋଇଥିଲା। କିଟ୍‌, କିସ୍‌ ଓ ଡକ୍ଟର ଅଚ୍ୟୁତ ସାମନ୍ତ ସର୍ବଦା କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହିତ କରି ଆସୁଥିବା ବେଳେ ଉଭୟ ଯାଜପୁର ଓ ନୟାଗଡ଼ ଜିଲ୍ଲାର ଏହି ପ୍ରତିଭାମାନେ ଯେଭଳି ଆହୁରି ଆଗକୁ ବଢ଼ି ପାରିବେ ସେ ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିଲେ।

ଟେଲିଫୋନ୍‌ ଯୋଗେ ଶ୍ରୀ ସାମନ୍ତ ଏହି ଦୁଇ ଖେଳାଳିଙ୍କ ସହ ପୂର୍ବରୁ କଥା ହୋଇ ସେମାନଙ୍କ ଅସୁବିଧା ବିଷୟରେ ଅବଗତ ହେବା ପରେ ଆଜି ସେମାନଙ୍କୁ କିସରେ ନିଯୁକ୍ତି ପ୍ରଦାନ କରିଛନ୍ତି । କିଟ୍‌ ଓ କିସ୍‌ ପକ୍ଷରୁ ଅସମୟରେ ଏଭଳି ସହାୟତା ଯୋଗାଇ ଦିଆଯାଇଥିବାରୁ ଉଭୟ ଖେଳାଳି କିଟ୍‌ ଓ କିସ୍‌ ତଥା ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି ।

 

 

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

31 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

45 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

60 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago