ଡ଼ାକ୍ତରଙ୍କ ଅବହେଳା ଯୋଗୁ ଗଲା ଦୁଇ ଯାଆଁଳା ନବଜାତ ଶିଶୁ ପୁତ୍ରଙ୍କ ଜୀବନ

ଚାନ୍ଦବାଲି(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଭାବନୀୟ ଘଟଣା। ଡ଼ାକ୍ତରଙ୍କ ଅବହେଳା ଯୋଗୁଁ ଗଲା ଦୁଇ ନବଜାତ ଯାଆଁଳା ଶିଶୁପୁତ୍ର ମୃତ୍ୟୁ ଅଭିଯୋଗ । ସ୍ଥାନୀୟ ବହଡ଼ିହ ଗ୍ରାମର ବସନ୍ତ ଦାସଙ୍କ ପତ୍ନୀ ମାନୀ ଦାସ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଗତକାଲି ତୁରନ୍ତ ଚାନ୍ଦବାଲି ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ପ୍ରସୂତୀ ବିଭାଗର ଡାକ୍ତର ନଥିବା ବେଳେ ନର୍ସମାନେ ଏକ ମୃତ ଶିଶୁ ପୁତ୍ର ପ୍ରସବ କରାଇଥିଲେ । ଡାକ୍ତରଙ୍କୁ ଯେତେ ଡାକିଥିଲେ ବି ସେ ୩ଘଣ୍ଟା ପରେ ଆସି ପ୍ରସବ କରାଇଥିଲେ ।

ହେଲେ ଜନ୍ମର କିଛି ସମୟ ପରେ ଅନ୍ଯ ଶିଶୁ ପୁତ୍ରଟି ମଧ୍ଯ ମୃତ୍ୟୁ ବରଣ କରିଥିଲା । ପୂର୍ବରୁ ସବୁ ରିପୋର୍ଟ ଠିକ ଥିଲା । ଡାକ୍ତରଙ୍କ ଅବହେଳା ଯୋଗୁ ୨ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ଶିଶୁର ବାପା ।

୨ ଶିଶୁଙ୍କୁ ହରାଇ ମେଡିକାର ବେଡ଼ରେ ଆଖିରୁ ଲୁହ ଗଡାଉଛନ୍ତି ମାଆ । ଏନେଇ ଡାକ୍ତରଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ, ଭଦ୍ରକ ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାର(ADM) କହିଛନ୍ତି ଯଦି ପିଲାର ଓଜନ କମ ଥିବ ତାହେଲେ ଏମିତି ହୋଇପାରିଥାଏ ଏ ସମ୍ପର୍କରେ ତଦନ୍ତ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.