ପୈତୃକ ଗାଁରେ ସହିଦ ବୀର ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନ୍‌ଙ୍କ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ବର: ଭାରତ-ଚୀନ ଲଢ଼େଇରେ ଗତ ସୋମବାର ରାତିରେ ୨ ଜଣ ଓଡ଼ିଆ ଯବାନ ସହିଦ ହୋଇଥିଲେ । ତେବେ ଗତକାଲି ଦୁଇ ସହିଦ ଯବାନ ନନ୍ଦୁରାମ ସୋରେନ ଏବଂ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପାର୍ଥିବ ଶରୀର ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ନିଜ ପୈତୃକ ଗ୍ରାମକୁ ନିଆଯାଇଥିଲା।

mpତେବେ ଆଜି ଜନ୍ମମାଟିରେ ପଞ୍ଚଭୂତରେ ବିଲୀନ ହୋଇଛି ବୀର ସହିଦ୍‌ଙ୍କ ମରଶରୀର। ପୈତୃକ ଗାଁରେ ସହିଦ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନ୍‌ଙ୍କ ଶେଷକୃତ୍ୟ ସରିଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦିଆଗଲା ଉଭୟଙ୍କୁ ଅନ୍ତିମ ବିଦାୟ। ଏନେଇ ଉଭୟ ସହିଦଙ୍କ ଗାଁରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି । ବୀର ପୁଅକୁ ଝୁରୁଛନ୍ତି ସମଗ୍ର ଗାଁ ଲୋକେ।

Leave A Reply

Your email address will not be published.