ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫଲାଇନ୍‌ରେ ଦେଇପାରିବେ ଯୁକ୍ତ ଦୁଇ ପରୀକ୍ଷା, ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ବର(କେନ୍ଯୁଜ୍): ଅଫଲାଇନ୍‌ରେ ହେବ ଯୁକ୍ତ ଦୁଇ ପରୀକ୍ଷା। ଚଳିତ ବର୍ଷ କୋଭିଡ୍‌ ଦ୍ୱିତୀୟ ଲହର ପାଇଁ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ବାତିଲ୍‌ ହୋଇଥିବାବେଳେ ବିକଳ୍ପ ମୂଲ୍ୟାୟନ ଆଧାରରେ ଫଳ ପ୍ରକାଶ ପାଇଥିଲା। ତେବେ ରେଜଲ୍ଟକୁ ନେଇ କିଛି ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଥିଲେ। ତେବେ ପରୀକ୍ଷା ଫଳାଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫଲାଇନ୍‌ରେ ପରୀକ୍ଷା ଦେଇପାରିବେ ବୋଲି ପରୀକ୍ଷା ପରିଚାଳନା ବୈଠକରେ ନିଷ୍ପତ୍ତି ହୋଇଥିଲା।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଜୁନିୟର କଲେଜ ବା ଉଚ୍ଚ ମାଧ୍ୟମିକ ସ୍କୁଲ ଜରିଆରେ ପଞ୍ଜିକରଣ ଓ ଆବେଦନ କରିପାରିବେ। କେବଳ ପ୍ରମୁଖ ବିଷୟ ଗୁଡିକରେ ହିଁ ପରୀକ୍ଷା ହେବ। ଏହାରି ଆଧାରରେ ଅନ୍ୟ ବିଷୟ ବସ୍ତୁର ମୂଲ୍ୟାୟନ ହେବ। ଯେଉଁମାନେ ଅଫଲାଇନ୍‌ ଦେବେ ସେମାନଙ୍କୁ ମିଳିଥିବା ବିକଳ୍ପ ମୂଲ୍ୟାୟନ ମାର୍କ ରଦ୍ଦ ହୋଇଯିବ।

ତେବେ କେବେ ଠାରୁ ଓ କିପରି ଆବେଦନ ହେବ ସେନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଗତକାଲି ବସିଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.