ରାଜ୍ୟ

କେଉଁଠି ନଥିବେ ଏମିତି ମଶାଣି ମଣିଷ, ବିନା ପାରିଶ୍ରମିକରେ ଏମାନେ କରନ୍ତି ଶବ ସତ୍କାର

ନୟାଗଡ (କେନ୍ୟୁଜ) : କୋଭିଡ ମହାମାରୀର ଭୟ । ଯେଉଁଠି ନିଜର ମଣିଷମାନେ ପର ହୋଇ ଯାଉଛନ୍ତି ସେଠି ଏମିତି କିଛି ଅଛନ୍ତି, ଯେଉଁମାନେ ପରକୁ ଆପଣାର କରି ନେଉଛନ୍ତି । କଥାରେ ନୁହେଁ କାମରେ । ନିଜର କର୍ମ ଯୋଗୁଁ ସମସ୍ତଙ୍କ ପ୍ରିୟ ହୋଇଯାନ୍ତି ଏମାନେ। ଏମିତି ମହତ କାମ ପାଇଁ ଚର୍ଚ୍ଚାରେ ଅଛନ୍ତି ନୟାଗଡ ଜିଲ୍ଲା ଇଟାମାଟି ଅଞ୍ଚଳର ଦୁଇ ଜଣ ବ୍ୟକ୍ତି ବନମାଳି ବେହେରା ଓ ଘନଶ୍ଯାମ ସାହୁ । ପରିଣତ ବୟସରେ ପହଞ୍ଚିଥିଲେ ମଧ୍ୟ ଶବ ସତ୍କାର ସମୟରେ ଏହି ଦୁଇଜଣ ଲୋକଙ୍କୁ ଯେମିତି ହେଲେ ଖୋଜା ପଡେ। ବିନା କୌଣସି ପାରିଶ୍ରମିକରେ ଶବ ସତ୍କାର କରୁଥିବାରୁ ଏମାନେ ଏବେ ପରିଚିତ ହେଉଛନ୍ତି ମଶାଣି ମଣିଷ ନାଁରେ ।

କେବଳ ଇଟାମାଟି ଗାଁ ନୁହେଁ ଏହାର ଆଖ ପାଖ ଅଞ୍ଚଳରେ ଯେକେହି ମୃତ୍ୟୁ ବରଣ କରିଲେ ପ୍ରଥମେ ଏହି ଦୁଇଜଣଙ୍କୁ ଲୋକମାନେ ଖୋଜି ଖବର ଦିଅନ୍ତି । କାଠ ସଂଗ୍ରହ ଠାରୁ ଆରମ୍ଭ କରି ହଋ ନାମ ସଂକୀର୍ତ୍ତନ ମଧ୍ୟ କରନ୍ତି । ଶେଷରେ ଜୁଇ ଉପରେ ଶବକୁ ରଖି ସତ୍କାର ପର୍ଯ୍ଯନ୍ତ ସବୁ କାମ କରିଥାନ୍ତି ଏହି ଦୁଇ ମଶାଣି ମଣିଷ। ଗାଁର ଗରିବ ହେଉ କି ଧନୀ, ସମସ୍ତଙ୍କ ପାଖରେ ଛିଡା ହୋଇଥାନ୍ତି ଏମାନେ। ଏମାନଙ୍କୁ ଏହି କାର୍ଯ୍ଯରେ ସହଯୋଗ କରିଥାନ୍ତି ଗାଁର କିଛି ଯୁବକ । ଶବ ସତ୍କାର ସରିବା ପରେ, ପାଣି ପକେଇ ଧୋଇବା ଠାରୁ ଆରମ୍ଭ କରି, ଅଦରକାରୀ କାଠ, ପାଉଁଶକୁ ଗୋଟେଇ ବାହାରେ ଫୋପାଡିଥାନ୍ତି ।

ଗାଁ ଯୁବକମାନଙ୍କ ସହଯୋଗରେ ଶ୍ମଶାନକୁ ଏକ ନୂଆ ରୂପ ଦେଇଛନ୍ତି ଏମାନେ। ଟେରାକୋଟା ଚିତ୍ରରେ ସଜେଇବା ସହ ବିଭିନ୍ନ ପ୍ରକାର ଫୁଲ ଗଛ ଲଗେଇ ଯତ୍ନ ନେଉଛନ୍ତି । ଏଥିସହ ପ୍ରତେକ ଦିନ ଶ୍ମଶାନ ଘ।ଟକୁ ଯାଇ ଗଛ ପତ୍ରରେ ପାଣି ଦେବା,ପରିବେଶକୁ ସଫା ସୁତୁରା ରଖିବା କାମରେ ଲାଗି ପଡ଼ନ୍ତି । ଏମାନେ ଲୋକ ଦେଖାଣିଆ କିଛି କରନ୍ତି ନାହିଁ । ନିଜ କର୍ତ୍ତବ୍ୟ ଭାବେ ଦୀର୍ଘ ଚାଳିଶ ବର୍ଷରୁ ଅଧିକ ସମୟ ଧରି କରିଆସୁଛନ୍ତି ଏହି ମହତ୍‌ କାମ। କୌଣସି ଅନୁଷ୍ଠାନ କିମ୍ବା ସରକାରୀ ସହାୟତା ନିଅନ୍ତି ନାହିଁ । ଏହି କ।ମ କରି ସେମାନେ ଅନେକ ଶାନ୍ତି ଓ ଆନନ୍ଦ ପାଉଛନ୍ତି ବୋଲି କୁହନ୍ତି । ଗାଁ ଲୋକେ ମଧ୍ୟ ଏମାନଙ୍କ ଉପରେ ବହୁତ ଖୁସି । ଏମାନଙ୍କ ପରୋପକାର ଓ ନିଷ୍ଠାପର ସେବା ସମସ୍ତଙ୍କୁ ଅଭିଭୂତ କରିଛି । ପରିଣତ ବୟସରେ ମଧ୍ୟ କେବେ ଏହି କାମରୁ ବିରତି ନେଇ ନାହାନ୍ତି ଏମାନେ ।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago