ଲୋୟର ପିଏମ୍‌ଜିରେ ଯୁବକଙ୍କୁ ହତ୍ୟା ଘଟଣା: ରାଜ୍ୟ ବାହାରକୁ ପଳାଇବା ପାଇଁ ଉଦ୍ୟମ ବେଳେ ଗିରଫ ହେଲେ ୨ ଅଭିଯୁକ୍ତ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀର ଲୋୟର ପିଏମ୍‌ଜିରେ ଯୁବକଙ୍କୁ ବୀଭତ୍ସ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ରାଜେଶ ଓ ଗେଡୁକୁ ଗିରଫ କରିଛି କମିଶନରେଟ ପୋଲିସ। ସାମାନ୍ୟ ବଚସାରୁ ବୀଭତ୍ସ ହତ୍ୟା କରିଥିଲେ ଅଭିଯୁକ୍ତ। ଯୋଜନା ବଦ୍ଧ ଭାବେ ରଡ୍‌ରେ ପିଟି ପିଟି ବବୁଲ୍‌କୁ ହତ୍ୟା କରିଥିଲେ ଅଭିଯୁକ୍ତ। ଦୁଇ ହତ୍ୟାକାରୀଙ୍କ ନାଁରେ କମିଶନରେଟ୍‌ ପୋଲିସରେ ରହିଛି ଏକାଧିକ ମାମଲା।

ପୂର୍ବରୁ ଗେଡୁ ନାଁରେ ହତ୍ୟା ମାମଲା ଥିବା ବେଳେ ରାଜେଶ ନାଁରେ ଏକାଧିକ ଚୋରି ମାମଲା ରହିଛି। ବବୁଲ୍‌କୁ ହତ୍ୟା କରିବା ପରେ ଦୁଇ ଅଭିଯୁକ୍ତ ରାଜ୍ୟ ବାହାରକୁ ପଳାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଏହା ପୂର୍ବରୁ ଦୁଇ ଅଭିଯୁକ୍ତକୁ ମାଡିବସିଲା ଖାରବେଳନଗର ଥାନା ପୋଲିସ। ସେମାନଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ହୋଇଥିବା ଲୁହା ରଡ୍‌କୁ ଜବତ କରିଛି ପୋଲିସ।

ଗତକାଲି ସ୍ୱାମୀ, ସ୍ତ୍ରୀ ଓ ଛୋଟପିଲାକୁ ଶୋଇଥିବା ଅବସ୍ଥାରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଘଟଣାସ୍ଥଳରୁ ମାରଣାସ୍ତ୍ର ଜବତ କରିଥିଲା ପୋଲିସ । ଆକ୍ରମଣର ଶୀକାର ପରିବାର ପିଏମ୍‌ଜି ଛକ ଫୁଟ୍‌ପାଥ୍‌ରେ ରହୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.