ଦୁଇଜଣଙ୍କୁ ମରଣାନ୍ତକ ଆକ୍ରମଣ, ଗିରଫ ଦାବିରେ ଭରତପୁର ଛକ ରାସ୍ତା ଅବରୋଧ

ଭୁବନେଶ୍ୱର : ଭରତପୁର ଥାନା ଅନ୍ତର୍ଗତ ପଣ୍ଡା କୁଦିଆ ଅଞ୍ଚଳରେ ଦୁଇଜଣଙ୍କୁ ମରଣାନ୍ତକ ଆକ୍ରମଣ । ଆକ୍ରମଣ କାରୀଙ୍କୁ ଗିରଫ ଦାବିରେ ଭରତ ପୁର ଛକ ରାସ୍ତା ଅବରୋଧ । ଯାହା ଫଳରେ ଏହି ରାସ୍ତା ଦେଇ ଆସୁଥିବା ଶହ ଶହ ଗାଡି ମଟର ଅଟକି ରହିଥିଲା ରାସ୍ତାରେ । ଆକ୍ରମଣର ଶିକାର ହୋଇଥିବା ଲୋକଙ୍କ ସମ୍ପର୍କୀୟଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ମିଟୁ ରଞ୍ଜନ ନାମକ ଜଣେ ଯୁବକ ନିଜ ସ୍ତ୍ରୀ ପିଲା ଛୁଆଙ୍କୁ ନେଇ ଏକ ଘରୋଇ ହସ୍ପିଟାଲ ଯାଇଥିଲେ ।
ଚିକିତ୍ସା ସାରି ନିଜ କାର ଯୋଗେ ପ୍ରାୟ ଅପରାହ୍ନ ୪/୫ଟା ସମୟରେ ଘରକୁ ଫେରୁଥିବା ସମୟରେ ପଣ୍ଡାକୁଦିଆ ଅଂଚଳ ନିକଟରେ ରାସ୍ତାରେ ମଦ ପିଉଥିବା ତିନିଜଣ ଚାରିଜଣ ଯୁବଙ୍କୁ ହର୍ଣ୍ଣ ମାରିଥିଲେ । ତେବେ ହର୍ଣ୍ଣ କାହିଁକି ମାରିଲୁ କହି ମଦ ପିଉଥିବା ଯୁବକ ମାନେ ମିଟୁ ରଞ୍ଜନ ସ୍ବାଇଁ ଓ ତାଙ୍କ ସହିତ ଥିବା ଭିଣୋଇଙ୍କୁକୁ ମାରଣା ଅସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରିଥିଲେ ବୋଲି ପ୍ରକାଶ କରିଥିଲେ । ତେବେ ଏହି ଆକ୍ରମଣର ୩/୪ବିତି ଯାଇଥିଲେ ମଧ୍ୟ ଭରତପୁର ଥାନା ପୋଲିସ ଆକ୍ରମଣକାରିଙ୍କୁ ଧରିବାରେ ବିଫଳ ହୋଇଥିଲା ।
ତେଣୁ ଦୃବୃର୍ତ୍ତ ମାନଙ୍କୁ ତୁରନ୍ତ ଗିରଫ ଦାବିରେ ଭରତପୁର ଛକ ରାସ୍ତା ଅବରୋଧ କରିଥିଲେ ସ୍ମାର୍ଟ ସିଟି ଅଟୋ ଗ୍ରୁପର ଅଟୋ ଚାଳକ ମାନେ । ତେବେ ସୂଚନା ଥାଉ କି ଆକ୍ରମଣର ଶିକାର ହୋଇଥିବା ଦୁଇ ଯୁବକ ସ୍ମାର୍ଟ ସିଟି ଅଟୋ ଗ୍ରୁପର ସଦସ୍ୟ ଅଟନ୍ତି । ଭରତପୁର ଛକରେ ପୋଲିସ ଅଧିକାରୀ ପହଞ୍ଚି ସେମାନଙ୍କୁ ବୁଝାସୁଝା କଲାପରେ ଗାଡି ମଟର ଚଳାଚଳ ସ୍ୱାଭିବିକ ହୋଇଥିଲା ।
Also read:ପୁଅର ମରଣାନ୍ତକ ଆକ୍ରମଣରେ ବାପ ଗୁରୁତର