କାର-ବାଇକ ମୁହାଁମୁହିଁ ଧକ୍କା, ୨ ବାଇକ ଆରୋହୀ ମୃତ
ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ମୃତ । ମାଲକାନଗିରି ଜିଲ୍ଲା ଏମଭି ୬୬ ଗାଁ ନିକଟରେ ଦୁର୍ଘଟଣା। କାର- ବାଇକ ମୁହାଁମୁହିଁ ଧକ୍କାରେ ୨ ବାଇକ ଆରୋହୀ ମୃତ। କାଲିମେଳା ଆଡୁ ମାଲକାନଗିରି ଅଭିମୁଖେ ଯାଉଥିବା କାର ସହ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା। କାର ଦ୍ରୁତଗତିରେ ଥିବାରୁ ଭାରସାମ୍ୟ ହରାଇ ବାଇକ ସହ ମୁହାଁମୁହିଁ ହୋଇଥିଲା।

ମାଲକାନଗିରି(କେନ୍ୟୁଜ) : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ମୃତ । ମାଲକାନଗିରି ଜିଲ୍ଲା ଏମଭି ୬୬ ଗାଁ ନିକଟରେ ଦୁର୍ଘଟଣା। କାର- ବାଇକ ମୁହାଁମୁହିଁ ଧକ୍କାରେ ୨ ବାଇକ ଆରୋହୀ ମୃତ। କାଲିମେଳା ଆଡୁ ମାଲକାନଗିରି ଅଭିମୁଖେ ଯାଉଥିବା କାର ସହ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା। କାର ଦ୍ରୁତଗତିରେ ଥିବାରୁ ଭାରସାମ୍ୟ ହରାଇ ବାଇକ ସହ ମୁହାଁମୁହିଁ ହୋଇଥିଲା।
କାରର ବେଗ ଏତେ ଅଧିକ ଥିଲା ଯେ କାର ଇଞ୍ଜିନରେ ବାଇକ ପଶି ଯାଇଥିଲା। ବାଇକ ଆରୋହୀ ଛିଟକି ପଡ଼ି ମୃତ୍ୟୁବରଣ କରିଛନ୍ତି। ଘଟଣାସ୍ଥଳରେ କାଲିମେଳା ପୋଲିସ ପହଞ୍ଚି ମୃତଦେହକୁ ପୋଷ୍ଟର୍ଟମ ପାଇଁ ପଠାଇଛି। କାର ଡ୍ରାଇଭର ଦୁର୍ଘଟଣା ପରେ ଫେରାର ହୋଇଯାଇଛି। ମୃତକମାନେ ଏରାକୁଣ୍ଡା ଅଞ୍ଚଳର ଗଙ୍ଗା କବାସୀ ଓ ଲଛା ମାଡ଼ି ବୋଲି ଜଣାପଡ଼ିଛି।