ସାଳନ୍ଦୀ ନଦୀରେ ଜଳସ୍ତର ବଢି ଭାଙ୍ଗିଲା ୨ ଟି ପୋଲ, ଜଳବନ୍ଦୀରେ ୩ ସାହିର ୧୫ ଶହରୁ ଊର୍ଦ୍ଧ୍ୱ ଲୋକେ

କରଞ୍ଜିଆ (କେନ୍ୟୁଜ): ଲଗାଣ ବର୍ଷା । ଜଳବନ୍ଦୀରେ ୧୫ ଶହରୁ ଊର୍ଦ୍ଧ୍ୱ ଲୋକେ । ବିଭିନ୍ନ ସ୍ଥାନ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ପଞ୍ଚାୟତ ଡଙ୍ଗାଡିହା ଗାଁରେ ଲଗାଣ ବର୍ଷା ଯୋଗୁଁ ଅନେକ ଲୋକଙ୍କ ଘର ଭୁଶୁଡ଼ି ପଡିଛି । ସାଳନ୍ଦୀ ନଦୀ ଜଳସ୍ତର ବୃଦ୍ଧି ପାଇ ଗାଁର ବଙ୍ଗାଳୀ ସାହି, ବଳ ସାହି ଓ ଘୁଟୁ ସାହିର ଲୋକେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇରହିଛନ୍ତି । ବର୍ଷା ଦିନେ ନଦୀ ପାର ହେବାକୁ ନଦୀର ଉପର ମୁଣ୍ଡରେ ବାଉଁଶ ପୋଲ ଓ ତଳ ମୁଣ୍ଡରେ କାଠ ପୋଲ ନିର୍ମାଣ କରିଥିଲେ ଗ୍ରାମବାସୀ ।

salanda

ଏହି ପୋଲରେ ୩ ସାହିର ପ୍ରାୟ ୧୫ଶହ ଲୋକେ ଯାତାୟତ କରୁଥିଲେ । ଲଘୁଚାପଜନିତ ବର୍ଷାରେ ନଦୀ ବଢି ପୋଲ ୨ଟି ଭାସି ଯାଇଛି । ଫଳରେ ଗତ ସୋମବାର ଠାରୁ ଏହି ୩ଟି ସାହି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି । ଗାଁରେ ଦୋକାନ ବଜାର ଫୋନ ନେଟଓ୍ଵାର୍କ ନାହିଁ । ଲୋକମାନେ ସେଠାରେ କିପରି ଅଛନ୍ତି ତାହା ମଧ୍ୟ ଜଣାପଡୁ ନାହିଁ । ଏଭଳି ସ୍ଥିତିରେ ଗର୍ଭବତୀ ଏବଂ ରୋଗୀଙ୍କୁ କେବଳ ଭଗବାନ ହିଁ ଭରଷା । ପ୍ରଶାସନ ଏପର୍ଯ୍ୟନ୍ତ ସେଠାରେ ପହଞ୍ଚିନଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.