ରାଉରକେଲାରେ ଦୁଇ ଦୁଷ୍କର୍ମକାରୀ ଗିରଫ

ରାଉରକେଲା : ରାଜ୍ୟରେ ଦୁଷ୍କର୍ମ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି। ଅଭିଯୁକ୍ତ ଙ୍କ ଉପଯୁକ୍ତ ଦଣ୍ଡ ନମିଳି ଖସି ଯାଉଥିବା ଫଳରେ ଅପରାଧୀ ମାନଙ୍କୁ ଦୁଷ୍କର୍ମ କରିବା ପାଇଁ ସାହସ ଯୋଗାଉଛି। ଗାଁ ହେଉ କି ସହର ବଢି ବଢି ଚାଲିଛି ଦୁଷ୍କର୍ମ ରାଉରକେଲାରେ ବି ଏମିତି ଚାଞ୍ଚଲ୍ୟକର ଗଣଦୁଷ୍କର୍ମ ଘଟଣା ଗତ ୩୦ ତାରିଖ ଦିନ ସାମ୍ନାକୁ ଆସିଥିଲା।

ରାଉରକେଲା ସେକ୍ଟର ୨୦ ହିଲଟପ୍ ବସ୍ତିର ଜଣେ ଯୁବତୀ ଟ୍ରାଫିକ ଛକ ମାର୍କେଟରେ କାମ କରୁଥିଲେ। କାମ ସାରି ଅଟୋରେ ଫେରିବା ସମୟରେ ଦୁଇଜଣ ଯୁବକ ରିଂରୋଡରୁ ଟେକିନେଇ ଦୁର୍ଗାପୁର ପାହାଡରେ ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ଆଣିଥିଲେ ପୀଡିତା। କୌଣସିମତେ ଯୁବତୀ ଜଣକ ଦୁଇଜଣ ଅଭିଯୁକ୍ତର କବଳରୁ ଖସି ଆସି ପ୍ଲାଣ୍ଟସାଇଟ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ରାଉରକେଲା ପୋଲିସ ଆଉ ଥରେ ନିଜ ଦକ୍ଷତାର ପରିଚୟ ଦେଇ ଅପରାଧୀ ମାନଙ୍କୁ ଗିରଫ କରିବାର ସକ୍ଷମ ହୋଇଛି।

ସୂଚନା ମୁତାବକ ଦୁଇ ଅପରାଧି ଗୁରୁଦ୍ୱାରା ରୋଡ଼ ନିବାସୀ ମହେଶ ପ୍ରସାଦ ଏବଂ ତାର ସାଙ୍ଗ ରାହୁଲ ପ୍ରସାଦ ସୋନି ଯୁବତୀଙ୍କୁ ଅଟୋ ଯୋଗେ ଗତ ୨୮ ତାରିଖ ରାତିରେ ଗୋପବନ୍ଧୁ ପଲ୍ଲୀ ପାହାଡ ଉପରକୁ ଟେକି ନେଇ ଧର୍ଷଣ କରିଥିଲେ। ପୁଣି ତାଙ୍କୁ ଆଣି ଗୋପବନ୍ଧୁପଲ୍ଲୀ ର ରାହୁଲ ର ଜଣେ ସାଙ୍ଗ ଘରେ ନିଜ ପ୍ରେମିକ ର ପରିଚୟ ଦେଇ ରଖିଥିଲେ। ପୁଣି ୨୯ ତାରିଖ ଦିନ ମଧ୍ୟ ତା ସହ ଦୁଷ୍କର୍ମ କରିଥିଲେ। ଏହା ପରେ ଯୁବତୀ ଜଣକ ସେଠୁ ଖସି ଆସି ପ୍ଲାଣ୍ଟସାଇଟ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ଦୁଇ ଅପରାଧୀକୁ ଧରିବାରେ ସଫଳ ହୋଇଛି। ବ୍ୟବହୃତ ଅଟୋ ପୋଲିସ ଜବତ କରିଛି।