ଲୁଟେରାଙ୍କୁ କାବୁ କରି ଉତ୍ତମ ମଧ୍ଯମ ଦେବା ସହିତ ଲଣ୍ଡା କଲେ ଗ୍ରାମବାସୀ

ସୋର(କେନ୍ୟୁଜ): ଲୁଟେରାଙ୍କୁ କାବୁ କରି ଛେଚା ଦେବା ସହିତ ନଣ୍ଡା କରିଲେ ଗ୍ରାମବାସୀ । ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ସୋଲଟ ରୋଡ଼ କାନକଟା ଛକରେ ଦେଖିବାକୁ ମିଳିଛି ଏହି ଘଟଣା ।

ଆଜି ସଖାଳେ ବାଲେଶ୍ଵର ଆଲଦିଆର ରାକେଶ ଦାଶ  ଓ ପୁରୁଣା ବାଲେଶ୍ଵର ଅଞ୍ଚଳର ଚିକୁ ମାହାଳିକ ଆସି ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା ଗାଡି ଚାଳକ ଓ ଲୋକଙ୍କୁ ଭୟଭୀତ କରି ଛିନତାଇ କରୁଥିଲେ। ଏହି ସମୟରେ ଗ୍ରାମବାସୀ ଏହି ଦୁଇ ଜଣଙ୍କୁ କୌଶଳ କ୍ରମେ ଧରିବା ସହିତ ଶ୍ରୀଜଙ୍ଗ ଛକରେ ଉତ୍ତମ ମଧ୍ୟମ ଦେଇ, ଲଣ୍ଡା କରିଥିଲେ । ଏହା ପରେ ପୋଲିସକୁ ଏନେଇ ଖବର ଦିଆଯାଇଥିଲା। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଦୁଇ ଯୁବକକୁ ଅଟକ ରଖି ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.