ଟ୍ରକ ଧକ୍କାରେ ଦୁଇ ସ୍କୁଟି ଆରୋହିଙ୍କ ମୃତ୍ୟୁ, ଜଣେ ଗୁରୁତର ଆହତ

ବଣାଇ : ସୁନ୍ଦରଗଡ ଜିଲ୍ଲା ଲହୁଣୀପଡ଼ା  ଥାନା ରାଜମୁଣ୍ଡା ବାଇପାସ ଠାରେ ମଙ୍ଗଳବାର ଅପରାହ୍ନ ସମୟରେ ଏକ ଟ୍ରକ ଧକ୍କା ରେ ସ୍କୁଟିରେ ବସିଥିବା ତିନି ଜଣ ଆରୋହି ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନାରୁ ପ୍ରକାଶ ଯେ ଲହୁଣୀପଡ଼ା ଥାନା ଅନ୍ତର୍ଗତ କୁଳିପୋଷ ଗ୍ରାମର ସୁଧୀର ଠାକୁର (୨୮)ଏବଂ ତାଙ୍କ ର ଝିଆରୀ ଜାନକୀ ଠାକୁର (୧୩) ଓ କରିସ୍ମା ଠାକୁର (୯) ନିଜ ଗ୍ରାମରୁ ସ୍କୁଟି ଓଡି ୧୪-ପି-୯୯୨୪ ଯୋଗେ ଲହୁଣୀପଡା ଆସି ଥିଲେ ଏବଂ ବଣାଇ ଦେଇ ଘରକୁ ଫେରିବା ବେଳେ  ରାଜାମୁଣ୍ଡା ବାଇପାସ ରାସ୍ତାର ଗୋଲ ଛକି ଅତିକ୍ରମ କରୁଥିବା ବେଳେ ୧୪୩ ନମ୍ବର ଜାତୀୟ ରାଜପଥର  ରାଉରକେଲାରୁ ବାରକୋଟ ପଟେ ଯାଉଥିବା ଏକ ଟ୍ରକ ଓଡ଼ି – ୦୯-ପି-୮୪୭୮ ଟିପ୍ପର ଟି ପଛ ପଟୁ ଧକ୍କା ଦେଇଥିଲା।

ଫଳରେ  ସ୍କୁଟି ରେ ବସି ଥିବା ତିନି ଜଣ ଯାକ ତଳେ ପଡି ଯାଇଥିଲେ ଓ ଗାଡିର ପଛ ଚକରେ  ଚାପି ହେଇଯାଇଥିଲେ। ଏ ଥିରେ ସୁଧୀର ଠାକୁର ଓ ଜାନକୀ ଠାକୁର ଙ୍କ ଗୋଡ଼ ଉପରେ ଚକ ଚଡି ଯାଇଥିଲା।

ସେମାନେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ ଖବରପାଇ ଲହୁଣୀପଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ତିନି ଜଣଙ୍କୁ   ଚିକିତ୍ସା ପାଇଁ ଲହୁଣୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରି ଦେଇଥିଲେ। କିନ୍ତୁ ସେଠାରେ ଦୁଇ ନାବାଳିକା ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ପୁଲିସ ଟ୍ରକ ଓ ସ୍କୁଟି କୁ ଜବତ କରି ଘଟଣାର ତଦନ୍ତ ଚଳେଇଥିବା ଜଣାପଡିଛି ।

You might also like