ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଦୁଇ ବଙ୍ଗୀୟ ଯୁବକ ଦୋଷୀ ସାବ୍ୟସ୍ତ, ୧୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ

କଟକ : ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ଦୁଇ ବଙ୍ଗୀୟ ଯୁବକ ଦୋଷୀ ସାବ୍ୟସ୍ତ । ୧୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହିତ ୧ ଲକ୍ଷ ଲେଖାଏଁ ଜରିମାନା। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ। ଦୋଷୀ ସାବ୍ୟସ୍ତ ଦୁଇ ଯୁବକ ଗୋପାଳ ବିଶ୍ୱାସ ଓ ଶୁଭେନ୍ଦୁ ଘୋଷ । କଟକ ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଦେଲେ ନିର୍ଦ୍ଦେଶ । ଗଞ୍ଜେଇ ଚୋରା ଚାଲାଣ ବେଳେ ୨୦୨୩ ଜୁନ ୨୯ ରେ ଅବକାରୀ ବିଭାଗ ଦ୍ଵାରା ଦୁଇ ବଙ୍ଗୀୟ ଯୁବକ ଧରା ପଡ଼ିଥିଲେ । ସରକାରୀ ଓକିଲ ଦେବାଶିଷ ସାମନ୍ତରାୟ ଏହି ମାମଲା ପରିଚାଳନା କରୁଥିଲେ ।