ବରମୁଣ୍ଡାରୁ ଉଦ୍ଧାର ହେଲେ ଦୁଇ ଅସହାୟ ଭାଇଭଉଣୀ

ଭୁବନେଶ୍ୱର(କେ ନ୍ୟୁଜ): ବରମୁଣ୍ଡା ବସଷ୍ଟାଣ୍ଡରୁ ଉଦ୍ଧାର ହେଲେ ଅସହାୟ ଭାଇଭଉଣୀ । ଦୁଇ ଶିଶୁ ଗଂଜାମ ଜିଲ୍ଲା କୋଦାଳା ଅଂଚଳର ବୋଲି ଜଣାଯାଇଛି । ଉଭୟଙ୍କର ମା’ଙ୍କ ମୃତ୍ୟୁ ୪ ବର୍ଷ ତଳେ ହୋଇଥିଲା । ବଡ ମା’ ସହ ଦେଖା କରାଇଦେବା କହି ବାପାଙ୍କ ସହ ଦୁଇ ଭାଇଭଉଣୀ ଆସିଥିଲେ । କିନ୍ତୁ ବାପା ବସଷ୍ଟାଣ୍ଡରେ ବସେଇ ଦେଇ କୁଆଡେ ଚାଲିଯାଇଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ବାପାର ଦେଖା ନପାଇବାରୁ ଦୁହେଁ କାନ୍ଦିଥିଲେ । ଦୁଇ ଶିଶୁଙ୍କୁ ଏପରି ଅବସ୍ଥାରେ ଦେଖି ପାଖଆଖର ଲୋକେ ଭରତପୁର ପୋଲିସକୁ ଖବର ଦେଇଥିଲେ । ଉଭୟଙ୍କୁ ଉଦ୍ଧାର କରି ସିଡବ୍ଲ୍ୟୁସିରେ ହାଜର କଲା ପୋଲିସ ।

Leave A Reply

Your email address will not be published.