ଓଲଟିଲା ଧାନ ନେଇ ଯାଉଥିବା ଟ୍ରାକ୍ଟର, ୨ ଭଉଣୀ ମୃତ
ଯାଜପୁର: ଯାଜପୁର ରୋଡ୍ ଯୋଡ଼ାବର ନିକଟରେ ଅଘଟଣ । ନାଳରେ ଓଲଟିଲା ଟ୍ରାକ୍ଟର ଫଳରେ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଯାଜପୁର ରୋଡ୍ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ୨ ଭଉଣୀଙ୍କ ବୟସ ୧୪ ଓ ୧୧ ବର୍ଷ ହେବ ।
ସୂଚନାଯୋଗ୍ୟ ଯେ, ଯୋଜପୁର ରୋଡ୍ ଯୋଡ଼ାବର ନିକଟ ଗଣ୍ଡା ନାଳରେ ଓଲଟିଲା ଟ୍ରାକ୍ଟର । ଧାନ ନେଇ ଯାଉଥିବା ଟ୍ରାକ୍ଟରଟି ଓଲଟି ପଡ଼ିବାରୁ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ଯୋଡ଼ାବର ରମ୍ପାସ ଗାଁ ମାଝୀ ସାହି ଅଞ୍ଚଳର ବୋଲି ଜଣାପଡିଛି । ଘଟଣାସ୍ଥଳରେ ଯାଜପୁର ରୋଡ଼୍ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଦୁଇ ଉଭଣୀଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।