ପୋଖରୀରେ ବୁଡି ଦୁଇ ଭଉଣୀ ମୃତ, ଗାଁରେ ଶୋକର ଛାୟା

ଭଦ୍ରକ: ପୋଖରୀରେ ବୁଡି ଦୁଇ ଭଉଣୀ ମୃତ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ ସାନକୃଷ୍ଣ ପୁର ପଂଚାୟତ ଚାନ୍ଦିମାଳ ଡିହ ମଳିକ ସାହି ଗ୍ରାମର ଏପରି ଘଟଣା ଘଟିଛି । ମୃତ ଦୁଇଭଉଣୀ ହେଲେ ସେହି ଗ୍ରାମର ବସନ୍ତ ମଳିକଙ୍କ ଦୁଇ ଝିଅ ମୃତ ।

ସୂଚନା ଅନୁସାରେ ଆଜି ସକାଳେ ଦୁଇ ଭଉଣୀ ଜେଜେମା ସହିତ ନିକଟ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ।  ହେଲେ ଜେଜେମା ଗାଧୋଇ ସାରି ଘରକୁ ଚାଲି ଆସିଥିଲେ । ହେଲେ ଦୁଇ ଝିଅ ନଫେରିବାରୁ ପରିବାର ଲୋକେ ଆସି ଖୋଜିଥିଲେ । ପରେ ପରିବାର ଲୋକେ ଉଭୟଙ୍କୁ ସଂଜ୍ଞହୀନ ଅବସ୍ଥାରେ ପାଇ ତୁରନ୍ତ ବାସୁଦେବପୁର ଡାକ୍ତରଖାନା ନେଇଆସିଥିଲେ । ହେଲେ ଡାକ୍ତର ଏଠାରେ ମୃତ ଘୋଷଣା କରିଥିଲେ।

 

ଆହୁରି ପଢ଼ନ୍ତୁ :  ପ୍ରକାଶ ପାଇଲା ଆରଆଇ, ଏଆରଆଇ ପରୀକ୍ଷା, ସମସ୍ତେ ପ୍ରିଲିମ ପାସ୍‌