ମାମୁଁ ଘର ବୁଲି ଆସି ଥିଲେ ଖୁସିରେ, ସାପ କାମୁଡ଼ାରେ ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ

ବାରିପଦା (କେ ନ୍ୟୁଜ୍‌) : ମାମୁଁ ଘରକୁ ବୁଲି ଆସିଥିଲେ ଦୁଇ ଭଉଣୀ । ହେଲେ ଜାଣି ନଥିଲେ ଇଏ ହେବ ସେମାନଙ୍କର ଶେଷ ବୁଲିବା । ସାପ କାମୁଡାରେ ୨ ଭଉଣୀଙ୍କ ମୃତ୍ୟୁ ଘଟିଛି। ମୟୁରଭଞ୍ଜ ଜିଲ୍ଲା କୁଳିଅଣା ବ୍ଳକ ଅଧୀନ ବଡ ନୁଆଗାଁର ଦୁଇ ଭାଇ ବିକ୍ରମ ଆଦିତ୍ୟ ନାୟକ ଓ କୀର୍ତ୍ତନ ନାୟକଙ୍କ ଦୁଇ ଝିଅ ୧୧ ବର୍ଷର ନନ୍ଦିନା ଏବଂ ୧୨ ବର୍ଷର ରୋଜି ନିଜ ମାମୁଁ ଘର ଶାମାଖୁଣ୍ଟା ବ୍ଳକ ଦୋନାମାରା ଗାଁକୁ ବୁଲିବାକୁ ଆସିଥିଲେ ।

BARIPADA

ଗତକାଲି ରାତିରେ ଦୁଇ ଭଉଣୀ ଘରେ ଶୋଇଥିବା ବେଳେ ସେମାନଙ୍କୁ କୌଣସି ବିଷଧର ସାପ କାମୁଡି ଦେଇଥିଲା। ଆଜି ସକାଳୁ ପରିବାର ଲୋକେ ଜାଣିବା ପରେ ଉଭୟଙ୍କୁ ବାରିପଦା ମେଡିକାଲ କଲେଜକୁ ଆଣିଥିଲେ । ମାତ୍ର ଡାକ୍ତର ଉଭୟଙ୍କୁ ମୃତ ଘୋଷଣ ମାତ୍ର ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ପୋଲିସ ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଘଟଣାକୁ ନେଇ ଏହି ପରିବାର ଏବଂ ଗାଁରେ ସମସ୍ତେ ଶୋକାକୁଳ ହୋଇପଡ଼ିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.