ରାଜ୍ୟ

ପୋଲ ଉପରେ ସ୍କୁଟି ଏବଂ ଚପଲ ରଖି ନଦୀକୁ ଡେଇଁଲେ ଦୁଇ ଭଉଣୀ, ଉଦ୍ଧାର କାର୍ଯ୍ୟ ଜାରି

ବଲାଙ୍ଗିର (କେନ୍ୟୁଜ୍‌) : ନଦୀକୁ ଡେଇଁଲେ ଦୁଇ ଭଉଣୀ। ବ୍ରିଜ୍ ଉପରେ ସ୍କୁଟି ଏବଂ ଚପଲ ଛାଡି ନଦୀକୁ ଡେଇଁ ୨ ଯୁବତୀ ନିଖୋଜ। ବଲାଙ୍ଗୀର ଜିଲ୍ଲା ତୁସୁରା ଥାନା ତେଲ ନଦୀ ବ୍ରିଜ ଉପରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା।

ତେବେ ୨ ଭଉଣୀଙ୍କ ବୟସ ୨୦ ରୁ ୨୫ ବର୍ଷ ମଧ୍ୟରେ ବୋଲି ଅନୁମାନ କରାଯାଉଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଆଜି ମଧ୍ୟାହ୍ନ ସମୟରେ ୨ ଯୁବତୀ ଏକ ସ୍କୁଟିରେ ଆସି ବ୍ରିଜ୍ ଉପରେ ପହଞ୍ଚିଥିଲେ। ଏହାପରେ ଚପଲ ରଖି ୨ ଜଣ ନଦୀକୁ ଡେଇଁ ପଡ଼ିଥିଲେ।

ଖବର ପାଇ ଗୁଡଭେଲା ପୁଲିସ୍, ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚାଲୁ ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨ ଭଉଣୀଙ୍କ କୌଣସି ପତ୍ତା ମିଳିପାରି ନାହିଁ। ତେବେ କ’ଣ ପାଇଁ ୨ ଭଉଣୀ ଏପରି ଚରମ ପଦକ୍ଷେପ ନେଲେ ସେ ସମ୍ପର୍କରେ କିଛି ଜଣାପଡ଼ିନି। ପୁଲିସ୍ ଘଟଣାର ଛାନଭିନ ଆରମ୍ଭ କରିଛି।

Pritiparna

Recent Posts

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

6 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

52 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

57 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago