ଗଞ୍ଜାମ: ପୋଖରୀରେ ଶୌଚ ବେଳେ ପାଣିରେ ବୁଡ଼ି କୁନି ଭାଇ ଭଉଣୀ ମୃତ

ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଛତ୍ରପୁରଠାରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ପାଣିରେ ବୁଡି ଦୁଇ ଶିଶୁ ଭାଇ ଓ ଭଉଣୀଙ୍କ ପ୍ରାଣହାନୀ ଘଟିଛି । ଆଜି ଅରାହ୍ନରେ ଛତ୍ରପୁର ବିରେଶ୍ୱର କଲୋନୀର ଶିବ ମହାପାତ୍ରଙ୍କ ୭ ବର୍ଷର ପୁଅ ବାଦଲ ମହାପାତ୍ର ଓ୪ ବର୍ଷର ଝିଅ ବର୍ଷା ମହାପାତ୍ର ଘର ନିକଟରେ ଥିବା ବିରେଶ୍ୱର ମନ୍ଦିର ପୋଖରୀକୁ ଶୌଚ ହେବାକୁ ଯାଇଥିବା ବେଳେ କୌଣସି ମତେ ଦୁର୍ଭାଗ୍ୟ ବସତଃ ଉଭୟଙ୍କ ପୋଖରୀରେ ଗୋଡ଼ ଖସି ଯାଇଥିଲା ।

ଉଭୟ ପାଣିରେ ବୁଡି ଯାଇଥିବା ବେଳେ ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲକୁ ସ୍ଥାନାନ୍ତର କରିଥିଲେ । କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ପରେ ଛତ୍ରପୁର ଥାନା ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ସେପଟେ ଏଭଳି ଏକ ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.