ଦାଣ୍ଡରେ ଖେଳୁଥିଲେ କିନ୍ତୁ ହଠାତ୍‌ କୁଆଡେ ଚାଲିଗଲେ ଦୁଇ ଭାଇ, ଖୋଜୁଛି ସନ୍ଧାନୀ କୁକୁର

ସବୁଆଡେ ଖୋଜି ଖୋଜି ଯେମିତି ବାୟାଣୀ ହେଇଗଲାଣି ଜେଜେ ମାଆ । ଘର ଦ୍ୱାର ପୋଖରୀ ଗାଁ ଚାରିଆଡେ ଖୋଜି ଖୋଜି ମିଳୁନି ଦୁଇ ଭାଇଙ୍କର ପତ୍ତା । ଏତେ ସାନ ପିଲା ଦୁଇଜଣ କୁଆଡେ ଚାଲିଗଲେ କେମିତି ଯିବେ ଏୟା ସବୁ ପ୍ରଶ୍ନ ଉଙ୍କି ମାରୁଛି ସମସ୍ତଙ୍କ ମନରେ ।

ଦେବଗଡ (କେନ୍ୟୁଜ) : ଦାଣ୍ଡରେ ଖେଳୁ ଖେଳୁ ଛୁଆ ହୋଇଗଲେ ନିଖୋଜ୍‌ । ଏଇଠି ତ ଥିଲେ ଖେଳୁଥିଲେ ହଠାତ୍‌ କୁଆଡେ ଗଲେ । ସବୁଆଡେ ଖୋଜି ଖୋଜି ଯେମିତି ବାୟାଣୀ ହେଇଗଲାଣି ଜେଜେ ମାଆ । ଘର ଦ୍ୱାର ପୋଖରୀ ଗାଁ ଚାରିଆଡେ ଖୋଜି ଖୋଜି ମିଳୁନି ଦୁଇ ଭାଇଙ୍କର ପତ୍ତା । ଏତେ ସାନ ପିଲା ଦୁଇଜଣ କୁଆଡେ ଚାଲିଗଲେ କେମିତି ଯିବେ ଏୟା ସବୁ ପ୍ରଶ୍ନ ଉଙ୍କି ମାରୁଛି ସମସ୍ତଙ୍କ ମନରେ ।

ଦେବଗଡ଼ ଥାନା ଅନ୍ତର୍ଗତ ସାମନ୍ତରାପାଲି ଗ୍ରାମରୁ ଗତ କାଲି ଅପରାହ୍ନରୁ ଗୋଟିଏ ପରିବାରର ଦୁଇଜଣ ଶିଶୁ ପୁତ୍ର ନିଖୋଜ ଥିବା ନେଇ ଅଭିଯୋଗ ହୋଇଛି । ନିଖୋଜ ଶିଶୁ ପୁତ୍ରଙ୍କ ବୁଢ଼ୀ ମା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାଇ ଗତ ଶନିବାର ଅପରାହ୍ନ ପ୍ରାୟ ସାଢେ ୪ଟା ସମୟରେ ସାମନ୍ତରାପାଲି ଗାଁର ସୁରଜ କିସାନଙ୍କ ଦୁଇ ପୁଅ ରୋହିତ କିସାନ (୧୧) ଓ ଅମିତ କିସାନ (୯) ନିଜ ଘର ଦାଣ୍ଡରେ ଖେଳୁଥିବା ବେଳେ ହଠାତ ନିଖୋଜ ହୋଇଯାଇଥିଲେ ।

ସୁରଜ ଅନ୍ୟ ଜିଲ୍ଲାରେ କାମ କରୁଥିବା ବେଳେ ସୁରଜଙ୍କ ସ୍ତ୍ରୀ ବବିତା ପ୍ରାୟ ଦୁଇବର୍ଷ ପୂର୍ବରୁ ସ୍ୱାମୀଙ୍କୁ ଛାଡି ଅନ୍ୟତ୍ର ରହୁଥିବା ବେଳେ ଦୁଇ ଶିଶୁଙ୍କୁ ବୁଢୀମା ଗୁରୁ କିସାନ ଲାଳନ ପାଳନ କରିଆସୁଥିଲେ । ତେବେ ଗତକାଲି ଅପରାହ୍ନରୁ ଶିଶୁ ପୁତ୍ର ନିଖୋଜ ହେବା ପରେ ବୁଢୀମା ପାଖ ପଡୋଶୀ ଏବଂ ସମ୍ପର୍କୀୟଙ୍କ ଘରେ ଖୋଜାଖୋଜି ପରେ ମଧ୍ୟ କୌଣସି ସନ୍ଧାନ ନ ପାଇବାରୁ ଶେଷରେ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ଦଫା ୩୬୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସେ ଛୁଆ ଦୁଇ ଜଣ ଜଲଦି ମିଳିଯାନ୍ତୁ ବୋଲି ଆମେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ । ଆପଣ ବି ପ୍ରାର୍ଥନା କରନ୍ତୁ ସେମାନଙ୍କ ର ପତ୍ତା ଜଲଦି ମିଳିଯାଉ । ଛୋଟ ବୟସରୁ ସେମାନେ ବାପା ମାଆଙ୍କ ସୁଖ ନପାଇ ବଢ଼ିଛନ୍ତି ଆଉ ଏବେ ଏମିତି ଭାବେ କୁଆଡେ ଉଭାନ ହେଇଯିବା ସତରେ ଭାରି କଷ୍ଟ ଲାଗୁଛି ପିଲା ଦୁଇଙ୍କ ପାଇଁ ।

You might also like