ବାପାର ଦ୍ବିତୀୟ ବିବାହ ପ୍ରସ୍ତାବ ସହିନପାରି ଜୀବନ ହାରିଲେ ୨ପୁଅ, ପୋଲିସର ତଦନ୍ତ ଜାରି

ନୟାଗଡ଼ : ନୟାଗଡ଼ ଜିଲ୍ଲା ଫତେଗଡ଼ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ବାପାଙ୍କ ପାଇଁ ଦୁଇ ପୁଅ ଜୀବନ ହାରି ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ସୂଚନାନୁସାରେ ବାପାଙ୍କ ଦ୍ୱିତୀୟ ବିବାହ ପାଇଁ ପ୍ରସ୍ତାବ ଆସିବାରୁ ୨ପୁଅ ଜୀବନ ହାରିଥିବା ଅଭିଯୋଗ ହୋଇଛି । ବାପାଙ୍କ ଦ୍ବିତୀୟ ବିବାହ ପ୍ରସ୍ତାବକୁ ସହି ପାରି ନଥିଲେ ପୁଅ । ଯାହାଫଳରେ ଚରମ ନିଷ୍ପତ୍ତି ନେଇଯାଇଥିଲେ ଦୁଇ ନାବାଳକ ପୁଅ । କିନ୍ତୁ ଏ ପର୍ଯ୍ୟନ୍ତ ଘଟଣା ସମ୍ପର୍କରେ କିଛି ସ୍ପଷ୍ଟ ତଥ୍ୟ ମିଳିପାରିନାହିଁ ।
ଧାନଚାଙ୍ଗଡ଼ା ଗାଁର ଅଚ୍ୟୁତ ମହାନ୍ତିଙ୍କ ପୁଅ ପ୍ରକାଶ ମହାନ୍ତି ୧୫ ବର୍ଷ ତଳେ ବିବାହ କରିଥିଲେ । ତାଙ୍କର ୨ଟି ନାବାଳକ ପୁଅ ମଧ୍ୟ ଅଛନ୍ତି । ୩ ବର୍ଷ ପୂର୍ବେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା । ଗତକାଲି ପ୍ରକାଶଙ୍କ ପାଇଁ ଦ୍ୱିତୀୟ ବିବାହର ପ୍ରସ୍ତାବ ଆସିଥିଲା । ଯାହାକୁ ଦୁଇ ପୁଅ ସହି ନପାରି ଜୀବନ ହାରି ଦେଇଛନ୍ତି ।
ତେବେ ଦୁଇ ପୁଅଙ୍କ ଜୀବନ ହାରିବା ପଛରେ ଆଉ କିଛି କାରଣ ରହିଛି କି ତାହା ଏବେବି ସନ୍ଦେହ ଘେରରେ ରହିଛି । ଫତେଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ପ୍ରକାଶଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ଘଟଣାର ତଦନ୍ତ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ।
Also read: ପାରିବାରିକ ସମସ୍ୟା ! ଦ୍ରୁତଗାମୀ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ