ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ଅଘଟଣ, ବୁଡ଼ିଯାଇ ଦୁଇ ଛାତ୍ର ମୃତ

କେନ୍ୟୁଜ(ବ୍ୟୁରୋ ) : ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ଅଘଟଣ । ନଦୀରେ ବୁଡ଼ି ଦୁଇ ଛାତ୍ର ମୃତ । ମୃତକ ହେଲେ ପିପିଲିର ସମୀର କୁମାର ନାଏକ, ଜଳେଶ୍ବରର ରଜତ କୁମାର ସାହୁ । ରାଉରକେଲା ବେଦବ୍ୟାସ ନିଟକ ବ୍ରାହ୍ମଣୀ ନଦୀରେ ବୁଡ଼ିଯାଇଥିଲେ ୬ ଛାତ୍ରଛାତ୍ରୀ । ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଛାତ୍ରଛାତ୍ରୀ ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ଉଦ୍ଧାର ହୋଇଥିବା ଅଭିଲିପସା ପ୍ରଧାନ, ନୂଆପାଲି , ଭୁବନେଶ୍ଵର, ବୈଷ୍ଣୋ ଦେବୀ ସେଠୀ, ଦୂରଦର୍ଶନ, ଭୁବନେଶ୍ଵର ଓ ତପନ କୁମାର ପାତ୍ର, ଶିଶୁପାଳ ଗଡ଼, ଭୁବନେଶ୍ଵର ଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଜଣେ ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି । ୬ ଜଣ ସାଙ୍ଗ ବେଦବ୍ୟାସ ବୁଲିବାକୁ ଯାଇ ବ୍ରାହ୍ମଣୀ ନଦୀରେ ଗାଧୋଉ ଥିଲେ । ସମସ୍ତେ ନିଟକୁ ଈଂଟର୍ନସିପ ପାଇଁ ଆସିଥିବା ବେଳେ ଘଟିଥିଲା ଅଘଟଣ ।