ଟ୍ରେନରୁ ଖସିପଡ଼ି ଦୁଇ ଆହତ: ଡାକ୍ତରଖାନାରେ ଭର୍ତ୍ତି

ଯାଜପୁର (କେନ୍ୟୁଜ): ଦୁଲାଖାପାଟଣା ରେଳ ଷ୍ଟେସନରେ ପଲାସା DMU ପାସେଞ୍ଜର ଟ୍ରେନରେ ଚଢୁଥିବା ବେଳେ ଗଳିପଡି ୨ ଆହାତ। ଦୀର୍ଘ ସମୟ ଧରି ଟ୍ରେନକୁ ଅଟକାଇ ରଖିଲେ ସ୍ଥାନୀୟ ଲୋକେ । ଅତ୍ୟଧିକ ଭିଡ଼ ଯୋଗୁ ଟ୍ରେନରେ ଚଢିବା ବେଳେ ଅସାବଧାନତା ବଶତଃ ଘଟିଛି ଏହି ଅଘଟଣ । କିଛିଦିନ ତଳେ ଟ୍ରେନଭଡା, ଅତ୍ୟାଧିକ୍ ଭିଡ଼ ଓ ବିଭିନ୍ନ ଅବ୍ୟବସ୍ତାକୁ ନେଇ ଦୁଲାଖ ପାଟଣା ଷ୍ଟେସନରେ ରେଳ ରୋକ କରିଥିଲେ ରେଳଯାତ୍ରୀ ଓ ସ୍ଥାନୀୟ ଲୋକେ ।

ରେଳ ବିଭାଗ ପକ୍ଷରୁ ଏହାର ସମାଧାନ ନିମନ୍ତେ ପ୍ରତିଶ୍ରୁତି ମିଳିବା ପରେ ଧାରଣାରୁ ଉଠିଥିଲେ ଲୋକେ । କିନ୍ତୁ ଏ ଯାଏ କୌଣସି ସୁଫଳ ମିଳିନାହିଁ । ଆଜି ଏହି ଦୁର୍ଘଟଣା ଘଟିବାରୁ ସ୍ଥାନୀୟ ଲୋକେ ଟ୍ରେନକୁ ଅଟକାଇଥିବା ସୂଚନା ମିଳିଛି । ଦୁଇ ଆହତଙ୍କୁ ନିକଟସ୍ଥ ମେଡିକାଲକୁ ପଠାଯାଇଥିଛି।

 

Leave A Reply

Your email address will not be published.