ବ୍ରିଜ୍‌ ନିର୍ମାଣକାରୀ ଠିକା ସଂସ୍ଥା କ୍ୟାମ୍ପରୁ ସୁପରଭାଇଜରଙ୍କୁ ଉଠାଇ ନେଲେ ଦୁର୍ବୃତ୍ତ

ଅନୁଗୁଳ (କେ ନ୍ୟୁଜ୍‌) : ବନ୍ଧୁକ ଦେଖାଇ ଦୁଇଜଣଙ୍କୁ ଅପହରଣ । ଗତକାଲି ବିଳମ୍ବିତ ରାତିରେ ଅନଗୁଳ ଜିଲ୍ଲା ପାଳଲହଡା ବ୍ଲକ କମ୍ପରକେଳା ଠାରେ ଥିବା ଏକ ଠିକା ସଂସ୍ଥା କ୍ୟାମ୍ପରୁ ଦୁଇ ଜଣ ସୁପରଭାଇଜାରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି I

ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ଗୋଟାଏ ସମୟରେ କମ୍ପରକେଳା ଗ୍ରାମ ନିକଟରେ ଏହି ଘଟଣା ଘଟିଥିଲା । ଏଠାରେ ଥିବା ମାଙ୍କଡା ନଦୀରେ ଏକ ବ୍ରିଜ୍‌ ନିର୍ମାଣ କାମ ଚାଲିଛି । ସ୍ୱାଇଁ ଆଣ୍ଡ କୋ ଠିକା ସଂସ୍ଥା ଏହି ବ୍ରିଜ୍‌ କାମ କରୁଛି । କ୍ୟାମ୍ପରେ ଥିବା ଦୁଇ ସୁପରଭାଇଜର ସନାତନ ବେହେରା ଓ ନରୋତ୍ତମ ବିଶ୍ୱାଳଙ୍କୁ ୪ ଜଣ ଦୁର୍ବୃତ୍ତ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ରାତି ଅଧିଆ କ୍ୟାମ୍ପ ଭିତରକୁ ପଶି ଆସିଥିଲେ । କ୍ୟାମ୍ପରେ ଥିବା ୪୦ ଲିଟର ଡିଜେଲ ଲୁଟି ନେବା ସହିତ ଅନ୍ୟମାନଙ୍କୁ ଧମକ ଚମକ ଦେଇଥିଲେ । ଏ ନେଇ ଠିକା ସଂସ୍ଥା ମାଲିକ ପାଳଲହଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣା ସ୍ଥଳକୁ ଆସି ଛାନଭିନ ଚଳାଇଛି । ତେବେ ଦୁଇ ସୁପରଭାଇଜରଙ୍କୁ କାହିଁକି ଅପହରଣ କରାଯାଇଛି? ଟଙ୍କା ପାଇଁ ନା ଅନ୍ୟ କିଛି କାରଣରୁ, ସେ ସମ୍ପର୍କରେ ପୋଲିସ୍‌ ତଦନ୍ତ କରୁଛି ।

 

You might also like