ଚଳିତ ପଂଚାୟତ ନିର୍ବାଚନରେ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ, ୨ ଶିକ୍ଷକ ନିଲମ୍ବିତ

ଯାଜପୁର ଟାଉନ(କେନ୍ଯୁଜ୍): ସାଧାରଣ ପଂଚାୟତ ନିର୍ବାଚନ ୨୦୨୨ର ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗରେ ଦୁଇ ଜଣ ଶିକ୍ଷକ ନିଲମ୍ବିତ। ଯାଜପୁର ଜିଲ୍ଲାପାଳ ଚକ୍ରବର୍ତି ସିଂହ ରାଠୋର ଦୁଇ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି ।

ବରୀ ବ୍ଲକ ଗମୁ ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ କୁମର ଚନ୍ଦ୍ର ଶୁକ୍ଳା ଓ ସେରପୁର ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ନକୁଳ ଚନ୍ଦ୍ର ରାଉତଙ୍କୁ ଶ୍ରୀ ଚକ୍ରବର୍ତି ନିଲମ୍ବିତ କରିବା ସହ ନିଲମ୍ବନ ସମୟରେ ତାଙ୍କର ହେଡ଼କ୍ୱାଟର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ହେବ ବୋଲି ଆଦେଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.